ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ । ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମଧ୍ୟ ସାମିଲ ହୋଇଛି । ଏହି ଦିବସ ପାଳନ ପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ ପ୍ରସ୍ତୁତ ଚାଲିଥିବାବେଳେ ଗୁରୁବାର ଦାରିଙ୍ଗବାଡି ଠାରେ ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରା ବାହାରିଥିଲା । ବ୍ଲକ କାର୍ଯ୍ୟାଳୟଠାରୁ ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ଡ଼ଃ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରତାପ ବେହେରା, ଭାଜପାର କର୍ମକର୍ତ୍ତାଙ୍କ ସମେତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏବଂ ଦାରିଙ୍ଗବାଡିରେ ରହିଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଘରୋଇ ଡିଗ୍ରୀ କଲେଜର ଶତାଧିକ ଛାତ୍ରୀଛାତ୍ର ହାତରେ ତ୍ରିରଙ୍ଗା ଧରି ଭାରତ ମାତା କି ଜୟ ସ୍ଲୋଗାନ ଦେବା ସହ ମହାପୁରୁଷ, ବୀର ଶହୀଦ, ସ୍ବାଧୀନତା ସଂଗ୍ରାମୀଙ୍କ ଜୟଗାନ କରି ଦାରିଙ୍ଗବାଡିର ଚାରିଛକ, ତିନିଛକ, ଶିବମନ୍ଦିର ଛକ ସମେତ ସହର ପରିକ୍ରମା କରିଥିଲେ l