ବାଲିଗୁଡା(ସଲମନ୍ ବିନ୍ଧାଣୀ): କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଧିକାରୀଙ୍କ ନିର୍ଦେଶ କ୍ରମେ କ.ନୂଆଗାଁ ଥାନା ଅଧିକାରୀଙ୍କ ନେତୃତ୍ୱରେ ସ୍ଥାନୀୟ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ଆମ ପୁଲିସ୍-ଆମ ସାଥୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଇନ୍ ଗତ ସଚେତନତା ସୃଷ୍ଟି କରିବା, ସାଇବର୍ ଅପରାଧ ଓ ନିଶାଦ୍ରବ୍ୟକୁ ପ୍ରଭାବ ସମ୍ପର୍କରେ ଜାଗ୍ରତ କରିବା ସହ ପୁଲିସ୍ ଏବଂ ଜନସାଧାରଣମାନଙ୍କ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ କାଳୁ ଚରଣ ଜେନା l ଏହି ସଚେତନତା କାର୍ଯ୍ୟକ୍ରମରେ ତହସିଲଦାର୍ ସମିର ପାଇକରାୟ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ୍ କୁମାର୍ ରଥ ଏବଂ ସେଠାକାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ l ସମାଜରେ ଶୃଙ୍ଖଳା ରକ୍ଷା, ନିଶା ନିବାରଣ, ସାଇବର୍ ସୁରକ୍ଷା ଏବଂ ‘ପୋକ୍ସୋ’ ଆକ୍ଟ ଜରିଆରେ ଶିଶୁ ସୁରକ୍ଷା ପାଇଁ ପୁଲିସର ଭୂମିକା ସମ୍ପର୍କରେ ଅତିଥିମାନେ ବିସ୍ତୃତ ଆଲୋକପାତ କରିଥିଲେ l ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା l ସମସ୍ତ କୃତୀ ବିଜେତା ଛାତ୍ରଛାତ୍ରୀମାନଙ୍କୁ ପୁଲିସ୍ ବିଭାଗ ପକ୍ଷରୁ ପୁରସ୍କାର୍ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଶେଷରେ ସ୍ଥାନିୟ ପୁଲିସ ପକ୍ଷରୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପୁଲିସ୍ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଅତି ସୁନ୍ଦର ଭାବେ ପରିଚାଳିତ ହେବା ସହିତ ଛାତ୍ରଛାତ୍ରୀମାନେ ଉତ୍ସାହିତ ହୋଇ ଅତିଥିମାନଙ୍କ ସୁବାର୍ତ୍ତାକୁ ଅତି ଆନନ୍ଦରେ ଗ୍ରହଣ କରିଥିବା ଦେଖିବାକୁ ମିଳିଛି l କନ୍ଧମାଳରେ ସମସ୍ତ ସାଇବର୍ ଅପରାଧୀଙ୍କ ଠାରୁ ମୁକ୍ତ କରିବା ପାଇଁ ଏବଂ ଅନ୍ୟାନ୍ୟ ଅପରାଧ ନିଶାମୁକ୍ତ କନ୍ଧମାଳ ଗଠନ ପାଇଁ ସଚେତନତା ଅଭିଯାନ ଦେଖି ପୁଲିସ ପ୍ରସାଶନକୁ ଅଞ୍ଚଳ ବାସି ବେଶ୍ ପ୍ରଶଂସା କରୁଛନ୍ତି I