ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲା ଗୁମ୍ମା ବ୍ଳକ୍ ହାଟପଦା ନିକଟସ୍ଥ ବିଏସଏନଏଲ୍ ଟାୱାର ଅଞ୍ଚଳର ଗୋଟିଏ ଘରୁ ଏଵଂ ଦୋକାନରୁ ଚୋରି ଚୋରି ହୋଇଥିବା ସୂଚନା ମିଳିଛି । ଏହି ଅଞ୍ଚଳର ବିଜୟ ଗମାଙ୍ଗଙ୍କ ଘର କବାଟ ଓ ଆଲମିରା ଭାଙ୍ଗି ୭୦,୦୦୦/- ଟଙ୍କା ଚୋରି ହୋଇଥିବା ଅଭିଯୋଗହୋଇଛି l
ତାହା ସହିତ ଘରୁ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଚୋରି ହୋଇଛି । ସେହିପରି ଅଶ୍ୱିନୀ ଶବରଙ୍କ ଦୋକାନରୁ ମଧ୍ୟ ୬୦୦୦/- ଟଙ୍କା ଚୋରି ହୋଇଛି । ଏନେଇ ଖବର ପାଇ ସେରଙ୍ଗ ଥାନା ପକ୍ଷରୁ ପ୍ରଶାନ୍ତ ଚନ୍ଦ୍ର ପାଲକା ଓ କ୍ଷେତ୍ରପାଳ ସିଂ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଫରେନ୍ ସିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି । ଷ୍ଟ୍ରିଟ୍ ଲାଇଟ୍ ନଥିବାରୁ ଚୋରି ହୋଇଥିବା ଅଞ୍ଚଳର ସମାଜସେବୀ ଇ.ବି.ଜନ୍.କାଲଭିନ୍ ମଣ୍ଡଳ ଅଭିଯୋଗ କରିଛନ୍ତି । ତୁରନ୍ତ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ସହ ଚୋର ଧରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।