ବିକଳାଙ୍ଗ ପିଲାଙ୍କୁ ଜେଆରସି କର୍ମୀଙ୍କ ଖାଦ୍ୟ ବଣ୍ଟନ…

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲାର  ମୋହନା ବ୍ଲକ ଅନ୍ତର୍ଗତ କଣ୍ଟେଇକୋଳି ସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ମାନସିକ ଅନଗ୍ରସର ଓ ମସ୍ତିକ ପକ୍ଷାଘାତ ସ୍ୱତନ୍ତ୍ର ବିଦ୍ୟାଳୟରେ ରହୁଥିବା ବିକଳାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସାକ୍ଷ୍ୟାତ ଉଦ୍ଦେଶ୍ୟରେ ଜୁନିଅର ରେଡ଼କ୍ରସର ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୀବ କୁମାର ଦାସ ଓ ସମ୍ବଳ ସାଧନ କର୍ମୀ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଯାଇଥିଲେ । ସେଠାକାର ଛାତ୍ରାବାସରେ ରହୁଥିବା  ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସାକ୍ଷାତ କରି ତାଙ୍କ ସହିତ ଆଳାପ ଆଲୋଚନା କରିଥିଲେ । ତତ୍ ସହିତ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ଗିରିଜା ମିଶ୍ର ଏବଂ ଶିକ୍ଷକ ଶ୍ରୀଯୁକ୍ତ ଦେବାଶିଷ ନନ୍ଦଙ୍କ ସହିତ ପିଲାମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବଂ ଖାଦ୍ୟ ପାନୀୟ ଆଦି ବିଷୟରେ ପଚାରି ବୁଝିଥିଲେ । ପରି ଶେଷରେ ଛୋଟ ଛୋଟ ପିଲାମାନଙ୍କର ମୁହଁରେ ହସ ଫୁଟାଇବା ଲାଗି ରେଡକ୍ରସ କର୍ମୀ ଦୁଇ ଜଣ ବିସ୍କୁଟ ଏବଂ ଚକୋଲେଟ ବଣ୍ଟନ କରି ପିଲାମାନଙ୍କୁ ଖୁସି କରାଇଥିଲେ । ପିଲାମାନେ ଆନନ୍ଦରେ ଖାଦ୍ୟ ପୁଡିଆ ଗ୍ରହଣ କରି ଖୁସିରେ ଜୁନିଅର ରେଡକ୍ରସକୁ ଧନ୍ୟବାଦ ଜଣାଇବା ସହିତ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ ଜୁନିଅର ରେଡ଼କ୍ରସକୁ ସାଧୁବାଦ ଜଣାଇଛନ୍ତି । ଜୁନିଅର ରେଡକ୍ରସର ଶପଥ ପାଠରେ କୁହାଯାଉଥିବା ଦୁସ୍ଥ, ପୀଡିତ ଓ ଅସହାୟ ମାନଂକର ସେବା କରିବା ପ୍ରତିଜ୍ଞାକୁ ଏହି ଦୁଇ ଜଣ ରେଡକ୍ରସ କର୍ମୀ ଦୁସ୍ଥମାନଙ୍କର ସେବା କରି ଉଦାହରଣ ପାଲଟିଛନ୍ତି ।