ଭଞ୍ଜନଗର(ନିଲୁ ବିଷୋୟୀ): ବ୍ରହ୍ମାକୁମାରୀସ୍ ପକ୍ଷରୁ ଦେଶବ୍ୟାପୀ ଆୟୋଜିତ ହୋଇଥିବା ନିଶାମୁକ୍ତ ଅଭିଯାନ ପରିପ୍ରେକ୍ଷିରେ ଏକ ରଥ ଭଞ୍ଜନଗର ଉପସେବା କେନ୍ଦ୍ର ପକ୍ଷରୁ ମଧ୍ୟ ଆରମ୍ଭ ହୋଇଛି । ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ ଯୋଗିନୀ ସନ୍ତୋଷିନୀ ଭଉଣୀଙ୍କ ସହଯୋଗରେ ଉଦଘାଟନ କରିଥିଲେ । ଏଥିରେ ସହାୟିକା ଜିଲ୍ଲାପାଳ ରଚିତା ମହାପାତ୍ର,ଏସ୍ଆଇ ଲକ୍ଷ୍ମୀଧର ମହାନ୍ତି ଉପସ୍ଥିତ ଥିଲେ । ଏହି ରଥ ପ୍ରଥମ ଦିବସରେ ଭଞ୍ଜନଗର ସହରର ବିଭିନ୍ନ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ପରିଭ୍ରମଣ କରିଛି । ଛାତ୍ରଛାତ୍ରୀ ତଥା ଯୁବପିଢୀଙ୍କୁ ନିଶାମୁକ୍ତ ସଚେତନତା ବାର୍ତ୍ତା ଭାଇଭଉଣୀଙ୍କ ସହଯୋଗରେ ଅବଗତ କରାଯାଉଛି । ପ୍ରାୟ ୭୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ତଥା ଯୁବପିଢୀ ନିଶାମୁକ୍ତ ଦେଶ ଗଠନରେ ସହାୟକ ହେବା ନିମନ୍ତେ ପ୍ରତିଜ୍ଞା ପତ୍ର ପୂରଣ କରିଥିଲେ । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ରଥ ଭଞ୍ଜନଗର ବ୍ଲକର ସମସ୍ତ ହାଇସ୍କୁଲ ଓ କଲେଜକୁ ଭ୍ରମଣ କରିବ ବୋଲି କେନ୍ଦ୍ର ସଞ୍ଚାଳିକା ଜଣାଇଛନ୍ତି । ବ୍ରହ୍ମା କୁମାର ବୈକୁଣ୍ଠ, ବ୍ରହ୍ମାକୁମାରୀ ପ୍ରାପ୍ତି, ଅନିତା, ଜ୍ୟୋତି ସ୍ୱରୂପା ସହଯୋଗ କରିଥିଲେ । ନଗରପାଳ ଗୋପବନ୍ଧୁ ମହାପାତ୍ର, ନିର୍ବାହୀ ଅଧିକାରୀ ମୂରଲୀକୃଷ୍ଣ ପଣ୍ଡା, ଅଧ୍ୟକ୍ଷ ଡ଼.ଦିଲ୍ଲୀପ କୁମାର ପ୍ରଧାନ, ଇଂ ସତ୍ୟ ରଞ୍ଜନ ପରିଡ଼ା, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡି, ସମାଜସେବୀ ଶୂଳପାଣି ଶତପଥୀ ପ୍ରମୁଖ ଏଥିରେ ସାମିଲ ଥିଲେ ।