ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଠାରେ ୮୦ ତମ ସ୍ବାଧିନତା ଦିବସକୁ ସର୍ବସାଧାରଣରେ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇ ଯାଇଛି । ସରପଞ୍ଚ ସଂଯୁକ୍ତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଋଷିମାଳ ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଭାସ୍କର ଚରଣ ନାୟକ, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃପାସିନ୍ଧୁ ସିଂ, ଆମଗାଁ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ କିଶୋର ବଳିଆର ସିଂ, ମାନବାଧିକାର କର୍ମୀ ବିକ୍ରମ ବସ୍ତିରାୟ, ମଣ୍ଡଳ ସଭାପତି ଗଣେଷ ଡାକୁଆ ସମେତ ସ୍ଥାନୀୟ ଯୁବ ବର୍ଗ, ବୁଦ୍ଧିଜୀବୀ ଓ ସ୍ଵେଚ୍ଛାସେବୀମାନେ ଯୋଦେଇଥିଲେ । ବ୍ରାହ୍ମଣୀଗାଁରେ ଥିବା ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, ବିଭିନ୍ନ ସଂଗଠନ, ଗ୍ରାମବାସୀ ତଥା ସମସ୍ତ ବର୍ଗର ଜନସାଧାରଣ , ଜାତି ଧର୍ମ ବର୍ଣ୍ଣ ତଥା ବିଭିନ୍ନ ରାଜନୈତିକ ଦଳ ମତ ନିର୍ବିଶେଷରେ ସାମୁହିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ଦେଶର ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା କରି ପୁରସ୍କୃତ କରିବା ଆଦି ବିଭିନ୍ନ ବିଷୟ ଆଲୋଚନା କରାଯାଇ ଏକ ପରିଚାଳନା କମିଟି ଗଠନ କରାଯାଇ ଥିଲା । ଉକ୍ତ କମିଟିରେ ସରପଞ୍ଚ ଶ୍ରୀମତି ସଂଯୁକ୍ତା ମଲ୍ଲିକଙ୍କ ସହ ସମିତି ସଭ୍ୟା ଜଳିତା ମାଝୀ, ଗଣେଶ ଡାକୁଆ, ଲିଙ୍ଗରାଜ ପଣ୍ଡା, ସଂଗ୍ରାମ ବେହେର ଦଳେଇ, ତରୁଣ ନାୟକ, ପ୍ରଶାନ୍ତ ନାୟକ, ସଲମନ ମାଝୀ ଓ ଆଶୋକ ସିଂଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଗଲା ଏବଂ ପଞ୍ଚାୟତ ପଡ଼ିଆ ପରିସରରେ ସାମୁହିକ ଭାବେ ପତାକା ଉତ୍ତୋଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇ ଥିଲା ।