ରାଜସ୍ୱ ମନ୍ତ୍ରୀଙ୍କ ଭଞ୍ଜନଗର ଗସ୍ତ ବାତିଲ….

ଭଞ୍ଜନଗର(ନିଲୁ ବିଷୋୟୀ): ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଭଞ୍ଜନଗର ଗସ୍ତ ବାତିଲ ହୋଇଥିବା ଜଣାପଡିଛି । ବୁଧବାର ସେ ଭଞ୍ଜନଗର ଗସ୍ତ କରିବା ସହ ବସୁନ୍ଧରା ପଟ୍ଟା, ସ୍କୁଲ ପଟ୍ଟା, କଲମ–୨ ପଟ୍ଟା ସଂଶୋଧନ ପଟ୍ଟା ଏବଂ ଗ୍ରାମକଣ୍ଠ ଘରବାରି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ରହିଥିଲା । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜି ଅର୍ନିବାର୍ଯ୍ୟ କାରଣରୁ ତାଙ୍କ ଗସ୍ତ ବାତିଲ ହୋଇଥିବା ନେଇ ସୂଚନା ଓ ଲୋକ ସଂର୍ପକ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବର୍ତ୍ତମାନ ରାଜ୍ୟର କିଛି ଜିଲ୍ଲାରେ ଲଘୁଚାପ ଜନତି ବର୍ଷା ଯୋଗୁ ବନ୍ୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରୀଙ୍କ ଗସ୍ତ ବାତିଲ ହୋଇଥିବା ଅନୁମାନ କରାଯାଉଛି । ବୁଧବାର ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଦ୍ୱାରା ବସୁନ୍ଧରା ପଟ୍ଟା, ସ୍କୁଲ ପଟ୍ଟା, ଦୁଇଖାନା ପଟ୍ଟା ସଂଶୋଧନ ପଟ୍ଟା ଏବଂ ଗ୍ରାମକଣ୍ଠ ଘରବାରି ପଟ୍ଟା ଭଳି ୬ ହଜାରରୁ ଉର୍ଦ୍ଧ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଭଞ୍ଜନଗର ଟାଉନ ହଲ୍‌ ଠାରେ ହେବା ନେଇ ସ୍ଥିର କରାଯାଇଥିବା ବେଳେ ଶେଷ ପର୍ଯ୍ୟାୟରେ ଆଜି ତାହା ବାତିଲ ହୋଇଯାଇଥିବା ଜଣାପଡିଛି ।