ଅନୁସନ୍ଧାନ ଭାରତ(ବ୍ୟୁର): ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା ପରେ ସୁନା ବେଶ ଅନୁଷ୍ଠିତ ହୋଇଛି l ତିନି ରଥରେ ରଥାରୂଢ଼ ଚତୁର୍ଦ୍ଧା ମୁରତୀଙ୍କ ସୁନା ବେଶ ଓ ଆଳତୀ ଦେଖିବା ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଯୋଗୁଁ ସହର ଚଳାଚଞ୍ଚଳ ରହିଥିଲା l ରଥରେ ସୁନାବେଶ ଚତୁର୍ଦ୍ଧା ମୁରତୀ ବିରାଜମାନ ଥିଲେ l ତଳେ ଶ୍ରଦ୍ଧାଳୁ ଭକ୍ତିରେ ବିଭୋର।
ଜୟ ଜଗନ୍ନାଥ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ସ୍ଥାନୀୟ ବଡ଼ ଦାଣ୍ଡ l ମନ୍ଦିର ପରିଚାଳନା କମିଟି ସଭାପତି ସମୀର କୁମାର ପାଢ଼ୀ, ଉପସଭାପତି ସଞ୍ଜୟ ଆଚାର୍ଯ୍ୟ, ସମ୍ପାଦକ ଅରୁଣ ଷଢଙ୍ଗୀ, କୋଷାଧ୍ୟକ୍ଷ ଗଣେଶ୍ୱର ପାଢ଼ୀ ତଥା କମିଟି ସଦସ୍ୟ ହେମନ୍ତ ପାଣିଗ୍ରାହୀ, କାଳୁଚରଣ ପଣ୍ଡା ସହଯୋଗ କରିଥିଲେ l ମନ୍ଦିର ପୂଜକ ଅଚ୍ୟୁତାନନ୍ଦ ପଣ୍ଡା, କାଳୁ ଚରଣ ପଣ୍ଡା, ମାନସ ପଣ୍ଡା ଏବଂ ଚନ୍ଦ୍ରକାନ୍ତ ପଣ୍ଡା ମହାପ୍ରଭୁଙ୍କୁ ସୁନାବେଶରେ ସଜ୍ଜିତ କରାଇଥିଲେ ।