ଅନୁସନ୍ଧାନ ଭାରତ(ବ୍ୟୁର): ପ୍ରତିବର୍ଷ ପରି ଚଳିତ ବର୍ଷ ନବୋଦୟ ବିଦ୍ୟାଳୟ ପୁରାତନ ଛାତ୍ର ସଂଗଠନ(JNVPAA) ତରଫରୁ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଘୁ.ଉଦୟଗିରି ଉପଖଣ୍ଡ ବନାଞ୍ଚଳ ଅଧିକାରୀ ମାଣିକେଶ୍ବରୀ ପଟ୍ଟନାୟକଙ୍କ ପୌରହିତରେ ଏବଂ ବନରକ୍ଷୀ ଙ୍କ ସହଯୋଗରେ ପ୍ରାୟ 250 ରୁ ଅଧିକ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ନବୋଦୟ ଛାତ୍ର ସଂଗଠନର ସଭାପତି ଶ୍ରୀ ସିମାଞ୍ଚଳ ମୁଖି, ସାଧାରଣ ସମ୍ପାଦକ ଶ୍ରୀ ବିପିନ ପ୍ରଧାନ, ଉପ -ସଭାପତି ଶ୍ରୀମତୀ ସଂଯୁକ୍ତା ଡିଗାଲ ଉପସ୍ଥିତ ରହି ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଶୁଭମ ଶାଶ୍ୱତ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l
ପ୍ରାୟ 70 ଜଣ ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l ଆଜିର କାର୍ଯ୍ୟକ୍ରମ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତଯୋଗୀତା କରାଯାଇଥିଲା l କନିଷ୍ଠ ବିଭାଗ ଏବଂ ବରିଷ୍ଠ ବିଭାଗରେ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l ନବୋଦୟ ଅନୁଷ୍ଠାନର ପୂର୍ବତନ ଛାତ୍ରଛାତ୍ରୀ ଡ଼.ପ୍ରଦ୍ୟୁତ ପ୍ରଧାନ, ହେମନ୍ତ କହଁର, ସୁରେନ୍ଦ୍ର ଡିଗାଲ, ଗୌରବ କହଁର, ଗିରିଧାରୀ କହଁର, ଦିଲ୍ଲିପ ପ୍ରଧାନ, ସୁଷମା ପ୍ରଧାନ, କୁନୁ କହଁର ଓ ଅନ୍ୟମାନେ ସହଯୋଗ କରିଥିଲେ, ସହସମ୍ପାଦକ ଶ୍ରୀ କୌଶିକ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l