ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆ ପଞ୍ଚାୟତର ବାଉଡିନାଯୁ ଠାରେ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ସ୍ମିତା ମହାନ୍ତିଙ୍କ ଦ୍ଵାରା କନ୍ଧମାଳ ଜିଲ୍ଲାର ପ୍ରଥମ ଅଏଲ୍ ପାମ୍ ଗଛ ଚାରା ରୋପଣ ର ଶୁଭାରମ୍ଭ ହୋଇଅଛି । ଏହି ଗ୍ରାମର କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କ ଜମିରେ ଏହି ଚାରା ରୋପଣ କରାଯାଇଥିଲା । ପ୍ରାୟ ହେକ୍ଟର ଜମିରେ 143 ଗଛ ଲାଗିପାରିବ ଏବଂ ସରକାରଙ୍କ ତରଫରୁ 5250 ଟଙ୍କା ପ୍ରଦାନ ଚାରି ବର୍ଷ ଯାଏଁ କରାଯିବ ବୋଲି ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ସ୍ମିତା ମହାନ୍ତି ସୂଚନା ଦେଇଥିଲେ । ଆଗାମୀ ଦିନରେ ଗଛରୁ ଆଦାୟ ଫଳଗୁଚ୍ଛକୁ ପ୍ରିୟୁନିକ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ସରକାରଙ୍କ ଧାର୍ଯ୍ୟ ଦରରେ କ୍ରୟ କରାଯିବ ବୋଲି କମ୍ପାନୀର ଆସିଷ୍ଟାଣ୍ଟ ମ୍ୟାନଜର ସୁବାସ କୁମାର ଜେନା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଘୁ.ଉଦୟଗିରି ଉଦ୍ୟାନ କୃଷି ଅଧିକାରୀ ସରୋଜ କୁମାର ସାହୁ ଓ ପ୍ଲାଣ୍ଟ୍ସସନ୍ ଅଫିସର୍ ସୂର୍ଯ୍ୟକାନ୍ତ ସେନାପତିଙ୍କ ତତ୍ୱାବଧାନ ଏହି କାର୍ଯ୍ୟକ୍ରମରେ ବାଲିଗୁଡା ଉଦ୍ୟାନ କୃଷି ଅଧିକାରୀ ନିରଞ୍ଜନ ଦ୍ୱିବେଦୀ, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ନାରାୟଣ ବାର୍, ଦେବେନ୍ଦ୍ର ଦେବତା, ସୁବାଷ ଚନ୍ଦ୍ର ଜେନା, ନାରାୟଣ ସାହୁ, ବିକ୍ରମ କେଶରୀ ପରିଡ଼ାଙ୍କ ସହ ବହୁ କୃଷି ବିଶେଷଜ୍ଞ, କୃଷକ ସାଥିମାନେ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଅଏଲ୍ ପାମ ଚାରା ସମ୍ପୂର୍ଣ ମାଗଣାରେ ବଣ୍ଟନ ସହ ସରକାରଙ୍କ ତରଫରୁ ଯାହା ଆର୍ଥିକ ସାହାଯ୍ୟ ଧାର୍ଯ୍ୟ ତାହା ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ ଘୁ.ଉଦୟଗିରି ଉଦ୍ୟାନ କୃଷି ଅଧିକାରୀ ସରୋଜ କୁମାର ସାହୁ । ଏହି ବୃକ୍ଷ ରୋପଣ କରି ଜମିର ଅବଶିଷ୍ଟ ସ୍ଥାନରେ ଚାଷୀ ଅନ୍ୟାନ୍ୟ ଚାଷ କରି ପାରିବ ବୋଲି ସୂଚନା ଦିଆଯାଇଅଛି ।