ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ +୨ ପ୍ରଥମ ବର୍ଷ ଛାତ୍ରୀଙ୍କୁ ସ୍ୱାଗତ ଉତ୍ସବ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶିବରାମ ସାହୁଙ୍କ ଅଧ୍ୟକ୍ଷତାରେ ଚଳିତ ୨୦୨୬-୨୦୨୭ ଶିକ୍ଷା ବର୍ଷର +୨ ପ୍ରଥମ ବର୍ଷ ଛାତ୍ରୀମାନଙ୍କୁ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର +୨ ଦ୍ୱିତୀୟ ବର୍ଷଛାତ୍ରୀମାନେ ପ୍ରଥମ ବର୍ଷ ଛାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ସହ ସ୍ୱାଗତ କରିଥିଲେ l ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ନିର୍ଦେଶ ଅନୁଯାୟୀ +୨ ପ୍ରଥମ ବର୍ଷ ପାଠ୍ୟକ୍ରମ ନିମନ୍ତେ ନାମ ଲେଖେଇଥିବା ନବାଗତ ଛାତ୍ରୀମାନଙ୍କୁ ଅନୁଷ୍ଠାନ ତରଫରୁ ବହୁତ ସୁନ୍ଦର ଭାବେ ସ୍ୱାଗତ କରାଯିବା ସହ ଅନୁଷ୍ଠାନର ନୀତିନିୟମ ବିଷୟରେ ଅବଗତ କରାଯାଇଥିଲା l କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ଅଧ୍ୟାପିକା ଓଡ଼ିଆ ବିଭାଗର ଡ.ବବିତା ରାଣୀ ପଟ୍ଟନାୟକ ନବାଗତ ଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ l ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପିକା ସୁଧାରାଣୀ ପାତ୍ର ଏବଂ ଶିକ୍ଷା ବିଭାଗ ଅଧ୍ୟାପିକା ସସ୍ମିତା ଦାସ ଛାତ୍ରୀମାନଙ୍କୁ ଶୃଙ୍ଖଳିତ ଆଦର୍ଶ ଜୀବନ ଶୈଳୀ ବିଷୟରେ ବହୁମୂଲ୍ୟ ଉପଦେଶ ପ୍ରଦାନ କରିଥିଲେ l ଅଧ୍ୟକ୍ଷ ଶିବରାମ ସାହୁ ଭଲ ପାଠ ପଢ଼ିବା ସହ ଉତ୍ତମ ଚରିତ୍ର ଗଠନ ସହ ଶୃଙ୍ଖଳିତ ନେତୃତ୍ୱ ପୂର୍ଣ୍ଣ ଜୀବନ ଗଠନ ବିଷୟରେ କହିବା ସହ ନବାଗତଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସମୟ ବୋଲି ଛାତ୍ରୀମାନଙ୍କ ମାର୍ଗ ଦର୍ଶନ କରିଥିଲେ l ଶେଷରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଅନ୍ୟ ସମସ୍ତ କର୍ମଚାରୀ ଛାତ୍ରୀମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ l