ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ସ୍ଥିତ କୃଷିସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ କୃଷି ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀ ମକା ମିଶନ ସହାୟତାରେ ମଦର ଟେରେସା ଚାରିଟାଵେଲ ଟ୍ରଷ୍ଟ (ଏମଟିସିଟି) ଦ୍ୱାରା ଅଗ୍ରଣୀ ଚାଷୀଙ୍କ ଏକ ଦିନିକିଆ ତାଲିମ ଦାତାଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ତାଲିମ ଦାତା ଭାବେ ରା.ଉଦୟଗିରି ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିରଞ୍ଚି ନାରାୟଣ ମଙ୍ଗରାଜ, ରା.ଉଦୟଗିରି କୃଷିବିଜ୍ଞାନ କେନ୍ଦ୍ର ମୁଖ୍ୟ ଡା.ସଂଗ୍ରାମ ପରମଗୁରୁ, କୃଷି ଯନ୍ତ୍ରୀ ଜାନୁଆରୀସ ଓ ସହକାରୀ କୃଷି ଅଧିକାରୀ ଯଯାତି କୁମାର ସେଠି ଉପସ୍ଥିତ ରହି ଉପସ୍ଥିତ ତାଲିମାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ମକା ମିଶନ ଲକ୍ଷ୍ୟ ଓ ଉଦେଶ୍ୟ। ମକା ଚାଷରେ ଜମି ପ୍ରସ୍ତୁତ, ବିହନ ବିଶୋଧନ ଯାନ୍ତ୍ରିକ ଉପାୟରେ ବିହନ ବୁଣିବା, ନିର୍ଧାରିତ ମାପରେ ଖତସାର ପ୍ରୟୋଗ କରିବା ଓ ଠିକ ସମୟରେ ଘାସ ଦମନ କରିବା ଆଦି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା l ଏହି ତାଲିମ କାର୍ଯ୍ୟକ୍ରମକୁ ମଦର ଟେରେସା ଚାରିଟାଵେଲ ଟ୍ରଷ୍ଟର ନୂଆଗଡ ବ୍ଲକ ସଂଯୋଜକ ଶ୍ରୀ ମୋହିତ ରଞ୍ଜନ ଦତ୍ତ ପରିଚାଳନା କରିଥିଲେ ଓ ତାଙ୍କୁ ଗିରିରାଜ ପ୍ରଡ୍ୟୁସର କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁଦର୍ଶନ ବରାଡ଼ ସହଯୋଗ କରିଥିଲେ ।