ଦାରିଙ୍ଗବାଡି(ଅଶୋକ ସିଂ): ବୁଧବାର ଦିନ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଦାରିଙ୍ଗବାଡି ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ସାଂସଦ ପ୍ରଥମେ ଆଇଟିଆଇରେ ପହଂଚି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହା ପରେ କଫି ବଗିଚା ମଧ୍ୟରେ ନୂତନ କଫି ଆଉଟଲେଟ, ବ୍ଲକ କଲୋନୀ ସ୍କୁଲ ମଧ୍ୟରେ ନୂତନ ଅତିରିକ୍ତ ଶ୍ରେଣୀଗୃହ, ସିମନବାଡ଼ିରେ ନିର୍ମିତ ନୂତନ ସଂଖ୍ୟାଲଘୁ କୋଠା ଘର ଉଦ୍ଘାଟନ କରିଥିଲେ । ସାଂସଦଙ୍କ ଗସ୍ତ ସମୟରେ ଏସଡ଼ିସି ଅଧକ୍ଷ ମାନଗୋବିନ୍ଦ ପ୍ରଧାନ, ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସ, ବନଖଣ୍ଡ ଅଧିକାରୀ ଘନଶ୍ୟାମ ମହନ୍ତ, ବିଡ଼ିଓ ପ୍ରୀତି ରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର, ବ୍ଲକ ଅଧକ୍ଷ ସୁଶାନ୍ତ ପ୍ରଧାନ, ବନାଞ୍ଚଳ ଅଧିକାରୀ ଲଷ୍ମୀ ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତି ଥିବା ବେଳେ ଦଳୀୟ କର୍ମୀମାନେ ଯୋଗ ଦେଇଥିଲେ l ଶେଷରେ ମୁଗୁପାଙ୍ଗା ଗ୍ରାମରେ ଗାଁ ଚାଲ ଅଭିଯାନରେ ସାମିଲ ହୋଇଥିଲେ ।