ଦାରିଙ୍ଗବାଡି ବ୍ଲକର ବିଭିନ୍ନ ସ୍ଥାନରେ ଅନୁର୍ଜାତୀୟ ଯୋଗ ଦିବସ ପାଳିତ….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଏହି ଅବସରରେ  ଦାରିଙ୍ଗବାଡି ବ୍ଲକ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଶତାଧିକ ଲୋକ ଏକତ୍ରିତ ହୋଇ ଯୋଗ ଦିବସକୁ ପାଳନ କରିଥିଲେ l ଯୋଗ ପ୍ରଶିକ୍ଷକ କାହ୍ନୁ ଚରଣ ପାଢ଼ୀ ଯୋଗର ଗୁରୁତ୍ବ ଓ ଏହାର ସ୍ବାସ୍ଥ୍ୟଗତ ଉପକାରିତା ସମ୍ପର୍କରେ ସଚେତନ କରିଥିଲେ ।  ବିଡିଓ ପ୍ରତିରଞ୍ଜନ ରଥ ଏବଂ ତହସିଲଦାର ଧୀରଜ କୁମାର ପାତ୍ର ଉପସ୍ଥିତ ରହି ନିୟମିତ ଯୋଗାଭ୍ୟାସ ଦୈନନ୍ଦିନ ଜୀବନର ଚାପକୁ ହ୍ରାସ କରିବା ସହିତ ଶରୀରକୁ ସୁସ୍ଥ, ସକ୍ରିୟ ଓ ରୋଗମୁକୁ ରଖିବାରେ ସହାୟକ ହେବ ବୋଲି ତାଙ୍କ ବାର୍ତ୍ତା ଦେଇ ଥିଲେ  ।  ସେହିଭଳି ବ୍ରାହ୍ମଣୀଗାଁ ବନାଞ୍ଚଳର ଅଧିକାରୀ ହରିହର ବେହେରାଙ୍କ ନେତୃତ୍ୱରେ ବନାଞ୍ଚଳର ସମସ୍ତ କର୍ମଚାରୀମାନଙ୍କୁ ନେଇ ସାମୂହିକ ଯୋଗ ଅଭ୍ୟାସ କରାଯାଇ ଥିଲା l ବନପାଳ ଯୋଗେଶ୍ଵର ଧରୁଆ ଯୋଗ ଅଭ୍ୟାସ କାର୍ଯ୍ୟ ପରିଚାଳନା କରିଥିଲେ ।