ଛଡ଼ାକିଆ ମଣ୍ଡଳୀ ପକ୍ଷରୁ ଆଡ଼ମ୍ବର ସହକାରେ ମା ‘ ମେରୀଙ୍କ ପର୍ଵ ପାଳିତ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଛଡ଼ାକିଆର କ୍ୟାଥଲିକ ମଣ୍ଡଳୀ ପକ୍ଷରୁ ନିତ୍ୟ ସହାୟ କାରିଣୀ ମା ‘ମେରୀଙ୍କ ପର୍ଵ ଆଡ଼ମ୍ବର ସହକାରେ ପାଳନ କରିଛନ୍ତି । ଏହି ଅବସରରେ ସିକରମାହା ଧର୍ମାଞ୍ଚଳର ମୁଖ୍ୟ ଯାଜକ ମନୋଜ ବାଗସିଂଙ୍କ ତତ୍ୱାବଧାନରେ ସ୍ଥାନୀୟ ଚର୍ଚ୍ଚ ପରିସରରେ ଏକ ମିଳିତ ଦିବ୍ୟ ଯଜ୍ଞର ଆୟୋଜନ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଫା.ଅଗସ୍ତିନ ସିଂ ଯୋଗ ଦେଇ ଦିବ୍ୟ ଯଜ୍ଞରେ ମୁଖ୍ୟ ପୌରହିତ୍ୟ କରିଥିବା ବେଳେ ମୂଖ୍ୟ ବକ୍ତା ଭାବେ ଫା.ଇସ୍ମାଇଲ ସଭାସୁନ୍ଦର ଯୋଗ ଦେଇ ବାଇବଲରୁ ଈଶ୍ୱରଙ୍କ ବାକ୍ୟ ପରିବେଷଣ କରିଥିଲେ l ସମ୍ମାନୀତ ଅତିଥି ଭାବେ ଫା.ଲିଟୁ ପ୍ରଧାନ, ଆଶିଷ ଦିଗାଲ, ବିନୟ ନାୟକ ସମେତ ଅନ୍ୟାନ୍ୟ ଯାଜକଗଣ ଯୋଗ ଦେଇ ଦିବ୍ୟ ଯଜ୍ଞରେ ସହଯୋଗ କରିଥିଲେ । ସିକରମାହା ସେବା ଭଗ୍ନୀ ଗଣ ବେଦୀ ସାଜସଜ୍ଜାରେ ସହଯୋଗ କରିଥିବା ବେଳେ ଗ୍ରାମର ଯୁବକ ଯୁବତୀମାନେ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ l ଗ୍ରାମ୍ୟ ପରିଚାଳନା କମିଟି କର୍ମକର୍ତ୍ତା ସମ୍ପୂର୍ଣ୍ଣ ଦାୟିତ୍ୱ ନେଇ ଅତିଥିମାନଙ୍କୁ ସ୍ଵାଗତ କରିବା ସହ ସମସ୍ତ କାର୍ଯ୍ୟକ୍ରମର ତଦାରଖ କରିଥିବା ବେଳେ ସରୋଜ କୁମାର ଦିଗାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।