ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ଲେମ୍ଭେଇ ଠାରେ ଭାରତୀୟ ଜନତା ପାର୍ଟିର ୨ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲ୍ଲା ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହୋଇଛି । ସାଙ୍ଗଠନିକ ଜିଲ୍ଲା ସଭାପତି ତଥା ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ନୀଳମାଧବ ପାତ୍ରଙ୍କ ଅଧକ୍ଷତା ତଥା ପ୍ରଭାରୀ ଭଗବାନ ମହାନ୍ତିଙ୍କ ତତ୍ୱାବଧାନାରେ ଆୟୋଜିତ ଏହି ବର୍ଗର ବୈଷୟିକ ଶିବିରକୁ ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇ ଉଦଘାଟନ କରିଥିଲେ । ଏଥିରେ ଅନୁଷ୍ଠିତ ପ୍ରଦର୍ଶନୀ ଶିବିରକୁ ମତ୍ସ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦଘାଟନ କରିଥିଲେ । ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ବୌଦ୍ଧିକ ଏବଂ ସାଙ୍ଗଠନିକ ଦକ୍ଷତାର ବିକାଶ ପାଇଁ ଆୟୋଜିତ ଏହି ବର୍ଗରେ ସମାଜ ଏବଂ ସଙ୍ଗଠନ ଉପଯୋଗୀ ବିଭିନ୍ନ ପ୍ରସଙ୍ଗରେ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ସାଂସଦ ତଥା କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ବଳଭଦ୍ର ମାଝୀ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ରାଜକୁମାର ପୁଲୱାରିୟା, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରଥ ବିଶ୍ଵାଳ, ଖୋର୍ଦ୍ଧା ପ୍ରଭାରୀ ପବିତ୍ର ଦାସ, ରାଜ୍ୟ ଯୁବମୋର୍ଚ୍ଚ ସଭାପତି ଅଭିଳାଷ ପଣ୍ଡା, ରାଜ୍ୟ ସମ୍ପାଦକ ସରୋଜ କର, ଭଗବାନ ମହାନ୍ତି, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏବଂ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ପ୍ରମୁଖ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ବର୍ଗର ପ୍ରଭାରୀ ଅରୁଣ କୁମାର ପଣ୍ଡା ଏବଂ ମହେଶ ମିଶ୍ର ସମଗ୍ର କାର୍ଯ୍ୟକ୍ରମର ତଦାରଖ କରିଥିବା ବେଳେ ବର୍ଗ ପ୍ରମୁଖ ବୁଲୁ ସ୍ୱାଇଁ, କାର୍ଯ୍ୟକ୍ରମ ପ୍ରମୁଖ ରବୀନ୍ଦ୍ର କୁମାର ଗୌଡ଼, ନିୟନ୍ତ୍ରକ ଶିବାନନ୍ଦ ସ୍ୱାଇଁ ଏବଂ ବର୍ଷା ନାୟକ, ବ୍ୟବସ୍ଥା ପ୍ରମୁଖ ଧୋବା ଗୌଡ଼, ଜିଲ୍ଲା ସାଧାରଣ ସମ୍ପାଦକ ସିମାଞ୍ଚଳ ସାହୁ ଏବଂ ସନ୍ତୋଷ ପାଳଙ୍କ ସମେତ ସମସ୍ତ ଜିଲ୍ଲା କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏଥିରେ ଜିଲ୍ଲାର ସମସ୍ତ ୨୪ ଟି ମଣ୍ଡଳରୁ ୧୪୮ ଜଣ ତାଲିକାଭୁକ୍ତ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷାର୍ଥୀ ଭାବେ ଯୋଗ ଦେଇଥିଲେ ।