ସିଆଇଆଇର ଆଦର୍ଶ ମହିଳା ସମ୍ମାନ ୨୦୨୬ରେ ସମ୍ମାନିତ ହେଲେ ଲକ୍ଷ୍ମୀପ୍ରିୟା ପରିଡା…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳର ଝିଅ ତଥା ବୋହୁ ଲଷ୍ମୀପ୍ରିୟା ପରିଡାଙ୍କୁ ଦେଶ ସ୍ତରରେ ସିଆଇଆଇ ଆଦର୍ଶ ମହିଳା ସମ୍ମାନ ମିଳିବା  ବ୍ରାହ୍ମଣୀଗାଁ ଅଞ୍ଚଳ ତଥା ଓଡ଼ିଶା ପାଇଁ ଗୌରବ ଆଣିଦେଇଛି । ନୂଆଦିଲ୍ଲୀରେ ଆୟୋଜିତ ସିଆଇଆଇ ବାର୍ଷିକ ବ୍ୟବସାୟ ଭେଟଘାଟ ୨୦୨୬ ଅବସରରେ ମଇ ୧୨ ତାରିଖ ଦିନ ତାଙ୍କୁ ଏହି ସମ୍ମାନ ମିଳିଛି । ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଲଷ୍ମୀଙ୍କ ସମେତ ଭାରତର ବିଭିନ୍ନ ରାଜ୍ୟରୁ ମୋଟ ୩୭୬ ଜଣ ମହିଳା ଏହି ସମ୍ମାନ ପାଇଁ ଆବେଦନ କରିଥିଲେ । ଏଥିମଧ୍ୟରୁ ୨୦ ଜଣ ମାତୃଶକ୍ତିଙ୍କୁ ୨୦୨୬ ବର୍ଷର ଓମେନ୍ ଏକ୍ଜମ୍ପଲାର ଆୱାର୍ଡ଼ରେ ସମ୍ମାନିତ କରାଯାଇଥିଲା । ଭାରତ ସରକାରଙ୍କ ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ  କ୍ୟାବିନେଟ ମନ୍ତ୍ରୀ ମାନ୍ୟବର ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହା ପ୍ରଦାନ କରିଥିଲେ l ୧୯୯୩ ମସିହାରୁ ଲକ୍ଷ୍ମୀପ୍ରିୟା ଏକ ସେଚ୍ଛାସେବୀ ଅନୁଷ୍ଠାନରେ କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କର ନିଷ୍ଠାପରତା, ସଚ୍ଚୋଟତା, ଭଲପାଇବା ଏବଂ ସହଯୋଗ  ଗୁଣାବଳୀ ପାଇଁ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ପାଇପାରିଛନ୍ତି । ପରବର୍ତ୍ତୀ ସମୟରେ ସେ ୨୦୧୦ରେ ଆଇ.ଜି.ଏସ (IGS) ସହ ଯୋଡ଼ି ହେବାପରେ  ମଙ୍ଗଳାଯୋଡ଼ି ଇକୋ ଟୁରିଜିମରୁ ଆରମ୍ଭ କରି ରାୟଗଡ଼ା, ଶିମିଳିପାଳ ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଯାଜପୁରରେ ବର୍ତ୍ତମାନ ମହିଳାମାନଙ୍କ ଜୀବନ ଜୀବିକା ପାଇଁ କାମ ଜାରି ରଖିଛନ୍ତି l ଆଜି ସେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ୪୭୨୨୩ ପରିବାର ପାଖରେ ପହଞ୍ଚିବା ସହ ୧୨୪୩୫ ଜଣ ମହିଳାଙ୍କୁ ସ୍ୱାବଲମ୍ବୀ କରିପାରିଛନ୍ତି । ଆୱାର୍ଡ଼ ପାଇବା ପରେ ଲକ୍ଷ୍ମୀଙ୍କୁ ପଚାରିବାରୁ ସେ କହିଥିଲେ, “ମୁଁ ବିଭିନ୍ନ ବାଧାବିଘ୍ନ ଓ ପ୍ରତିବନ୍ଧକ ଦେଇ ଆଜି ଏ ସ୍ଥାନରେ ପହଞ୍ଚିଛି । ମୋ ପଛରେ Dr. ସଞ୍ଜୀବ ଷଡ଼ଙ୍ଗୀ COO, IGSଙ୍କ ପ୍ରେରଣା ଓ ଉତ୍ସାହ ଏବଂ ସହକର୍ମୀ ତଥା କର୍ମ କ୍ଷେତ୍ରର ମହିଳାମାନଙ୍କ ଭଲପାଇବା ପାଇଁ ଏହା ସମ୍ଭବ ହୋଇପାରିଛି” କହିଛନ୍ତି । ଆଗକୁ ବିଭିନ୍ନ ସ୍ତରରେ ସହଯୋଗ ମିଳିଲେ ମହିଳାମାନଙ୍କ ପାଇଁ ସେଣ୍ଟର୍ ଅଫ ଏକ୍ସେଲେନ୍ସି ଗଠନ କରି ନୂତନ ଜ୍ଞାନ, କୌଶଳ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଉନ୍ନତି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।