ଘୁ.ଉଦୟଗିରି ଏବଂ ଚକାପାଦ ବ୍ଲକର ୭ଟି ପଂଚାୟତରେ ପାନୀୟ ଜଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ, ୫ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ହେବେ ଲାଭବାନ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଚକାପାଦ ବ୍ଲକ କାର୍ଯ୍ୟାଳୟର ସଭା ଗୃହ ଠାରେ ଘୁ.ଉଦୟଗିରି ବିଧାୟକଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି I ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀ ଘୁ.ଉଦୟଗିରି ଏବଂ ଚକାପାଦ ବ୍ଲକର ୭ ଗୋଟି ପଞ୍ଚାୟତକୁ ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ପାଇଁ ମଞ୍ଜୁରୀ କରିଛନ୍ତି ମୁଖ୍ୟମନ୍ତ୍ରୀ I ଏହି ଯୋଜନା ଦ୍ୱାରା ତଲାରୀମାହା, କଳିଙ୍ଗିଆ, ଏଲ.ବପଲ ମେଣ୍ଡି, ବି.ବପଲ ମେଣ୍ଡି, ସଙ୍କରାଖୋଲ, ଆରାବାକା ଓ କୁସୁମେଣ୍ଡି ଗ୍ରାମ ପଂଚାୟତର ୫ ହଜାର ଉର୍ଦ୍ଧ୍ବ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେବେ ନେଇ ସ୍ଥାନୀୟ ବିଧାୟକ ସୂଚନା ଦେଇ ଛନ୍ତି I ଉକ୍ତ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଚବିଶ ମାସ ମଧ୍ୟରେ ଶେଷ କରି ଲୋକଙ୍କୁ ଚବିଶି ଘଣ୍ଟା ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି I ଆମ କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଆମ ସମସ୍ତଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଗଭୀର କୃତଜ୍ଞତା ଜ୍ଞାପନ କରିବା ସହ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ଜନ ସାଧାରଣଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି ବିଧାୟକ I ଏହି କାର୍ଯ୍ୟକ୍ରମରେ ଘୁ. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ , ବ୍ଲକ ଅଧ୍ୟକ୍ଷ ହୃଦାନନ୍ଦ ମଲ୍ଲିକ, ଘୁ.ଉଦୟଗିରି ବ୍ଲକ ବିଜେଡି ମିଡ଼ିଆସେଲ ଶଶୀଭୂଷଣ ପ୍ରଧାନ, ବ୍ଲକ ଛାତ୍ର ବିଜେଡି ସଭାପତି ଛଟନ ନାୟକ, ବିଧାୟକ ପ୍ରତିନିଧି ଜମେଶ ପ୍ରଧାନ, ଚକପାଦ ବ୍ଲକ ଅଧକ୍ଷ ପ୍ରଭଞ୍ଜନ କଁହର, ଘୁ. ଉଦୟଗିରି ବ୍ଲକ ସଭାପତି ଲିଙ୍ଗରାଜ କଁହର , ଚକପାଦ ବ୍ଲକ ସଭାପତି ରାଜେଶ ଦିଗାଲ, ଘୁ. ଉଦୟଗିରି ନଗର ଉପସଭାପତି ଦେବନାଥ ଦଳବେହେରାଙ୍କ ସମେତ ସାତଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଏବଂ ବ୍ଲକ୍ର ସମସ୍ତ ବିଜେଡି ସଭାପତି, ସମ୍ପାଦକ ଏବଂ ସମସ୍ତ ବିଜେଡି କର୍ମୀ ଉପସ୍ଥିତ ଥିଲେ I