ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ଥାନାରେ ନୂତନ ଥାନା ଅଧିକାରୀ ଭାବରେ ପ୍ରମୋଦ କୁମାର ଖଣ୍ଡୁଆଳ ଯୋଗଦାନ କରିଛନ୍ତି । କିଛି ଦିନ ତଳେ ଜିଲ୍ଲା ପୁଲିସ ମୁଖ୍ୟାଳୟ ତରଫରୁ ଥାନା ଅଧିକାରୀମାନଙ୍କ ବଦଳୀ ଆଦେଶ ଜାରି କରାଯାଇଥିଲା । ସେହି ପ୍ରକାରେ ପ୍ରମାଦ କୁମାର ଖଣ୍ଡୁଆଳଙ୍କୁ ରାୟଗଡ଼ ଥାନାକୁ ବଦଳି ହୋଇଥିଲା । ଏଥି ପୂର୍ବରୁ ରା.ଉଦୟଗିରୀ ଥାନାରେ ଆଇଆଇସି ଭାବେ କାର୍ଯ୍ୟରତ ଥିଲେ । ରାୟଗଡରେ ଥିବା ଥାନା ଅଧିକାରୀ ଆଶ୍ୱିନ କୁମାର ଭିତିରୀୟାଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ଥାନା ଅଧିକାରୀ ଆଶ୍ୱିନ କୁମାର ଭିଟିରୀୟାଙ୍କୁ ପାରଳାଖେମୁଣ୍ଡି ସାଇବର ଥାନକୁ ବଦଳି ହୋଇଥିବା ସୁଚନା ମିଳିଛି । ଥାନା ଅଞ୍ଚରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଲୋକଙ୍କୁ ସୁରକ୍ଷା ଦେବା, ଡ୍ରିଙ୍କ ଆଣ୍ଡ ଡ୍ରାଇଭ ରୋକିବା ଆମର ପ୍ରାଥମିକତା ହେବ ବୋଲି ନୂତନ ଥାନା ଅଧିକାରୀ ଶ୍ରୀ ପ୍ରମୋଦ ପ୍ରକାଶ କରିଛନ୍ତି ।