ଅନୁସନ୍ଧାନ ଭାରତ(ବ୍ୟୁର) ମହିଳା ସଂରକ୍ଷଣ ବିଲକୁ ନେଇ ଘୁ.ଉଦୟଗିରି ନଗର ଓ ଗ୍ରାମୀଣ ମଣ୍ଡଳ ବିଜେପି ସଂଗଠନ ତରଫରୁ ଜନ ଆକ୍ରୋଶ ଓ ମହିଳା ରାଲି ଅନୁଷ୍ଠିତ ହୋଇଛି | ନଗର ବିଜେପି ସଭାପତି ଭେଙ୍କଟେଶ୍ୱର ବେହେରା ଓ ଗ୍ରାମୀଣ ମଣ୍ଡଳ ସଭାପତି ବିରାଜ କହଁରଙ୍କ ନେତୃତ୍ୱରେ ଏହି ମହିଳା ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମର ପ୍ରଭାରୀ ତଥା କଇଁଝର ସମିତି ସଭ୍ୟା ମିନତୀ ପ୍ରଧାନ, କତିଙ୍ଗିଆ ସରପଞ୍ଚ ବିଭୁତି ପ୍ରଧାନ, ସଂଗୀତା ନାୟକ ଏନଏସି କାଉଁସିଲର ଉପସ୍ଥିତ ଥିଲେ | କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁକାନ୍ତ କୁମାର ସାହୁ, ପ୍ରଶାନ୍ତ ବଗର୍ତ୍ତୀ, ପ୍ରଶାନ୍ତ ମୁନି, ଜ୍ଞାନ ପ୍ରଧାନ, ଅଭିମନ୍ୟୁ ପ୍ରଧାନ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ | କଂଗ୍ରେସ ଓ ବିଜେଡି ନାରୀ ସମାଜକୁ ଅପମାନିତ କରିଛି ଓ ବେଇମାନି କରିଛି ବୋଲି ଲେଖାଥିବା ପ୍ଲାକ କାର୍ଡ଼ ଧରି ଶତାଧିକ ମହିଳା ହାତରେ ସ୍ଥାନୀୟ ନୁଆଁ ହାଟପଦା ଠାରୁ ବାହାରି ବନ୍ଧ ଛକ, ଗାନ୍ଧୀ ଛକ ଦେଇ ସହର ପରିକ୍ରମା କରିଥିଲେ |