ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି, ଉପସଭାପତି ଓ ସମ୍ପାଦକ ପଦବୀ ପାଇଁ ନିର୍ବାଚନ ହୋଇଥିବା ବେଳେ ଅନ୍ୟ ସମସ୍ତେ ଏକମାତ୍ର ପ୍ରାର୍ଥି ଭାବେ ର୍ନିଦ୍ବନ୍ଦ ଭାବେ ବିଜୟୀ ଘୋଷିତ ହୋଇଛନ୍ତି । ଆଇନଜୀବୀ ସନ୍ତୋଷ କୁମାର ନାୟକ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ରଜତ କୁମାର ଦାଶ, ସମ୍ପାଦକ ଭାବେ ଧୀରେନ୍ କୁମାର ସ୍ବାଇଁ ବିଜୟ ହାସଲ କରିଛନ୍ତି । ଏଥିସହ ଆଇନଜୀବୀ ସ୍ନିଗ୍ଧା ଦାସ ଯୁଗ୍ମ ସମ୍ପାଦକ ଏବଂ ମଧୁସୂଦନ ପଣ୍ଡା କୋଷାଧ୍ୟକ୍ଷ ଭାବେ ର୍ନିଦ୍ବନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଲଡୁ କିଶୋର ଆଳିତିଆ ସୂଚନା ଦେଇଛନ୍ତି । ଏହି ନିର୍ବାଚନରେ ୩ ଟି ପଦବୀ ପାଇଁ ପ୍ରତିଦ୍ବନ୍ଦିତା ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ମୋଟ ୨୧୪ ଜଣ ମତଦାତା ଭୋଟ ଦେଇଥିଲେ । ଅପରାହ୍ନ ୪ ଟା ପରେ ଗଣତି ଆରମ୍ଭ ହୋଇଥିଲା । ସଭାପତି ପ୍ରାର୍ଥୀ ସନ୍ତୋଷ ନାୟକ ୩୭ ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ବେଳେ ଉପ ସଭାପତି ପଦରେ ରଜତ କୁମାର ଦାଶ ୨୪ ଖଣ୍ଡ ଭେଟରେ ବିଜୟୀ ଘୋଷିତ ହୋଇଛନ୍ତି । ସେହିପରି ସମ୍ପାଦକ ଭାବେ ଧୀରେନ ସ୍ବାଇଁ ୧୧ ଟି ଭୋଟରେ ବିଜୟୀ ହୋଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଏଥିରେ ନିର୍ବାଚନ ଅଧିକାରୀ ଭାବେ ଶ୍ରୀ ଆଳତିଆଙ୍କ ସମେତ ସମେତ ତ୍ରିନାଥ ମଳିକ, ବିମ୍ବାଧର ଷଢଙ୍ଗୀ, ଗିରିଜା ଶଙ୍କର ଭୂୟାଁ, ଧ୍ରୁବ ପ୍ରସାଦ ତ୍ରିପାଠୀ, ଅଭାଗୀନୀ ବିଷୋୟୀ, ରଜେଶ୍ବର ଆଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।