ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ କଳାବୈଶାଖୀ ପ୍ରଭାବରେ ପବନ ବୋହିବା ସହ ବିଜୁଳି ଘଡଘଡି ଓ ଅଧଘଣ୍ଟା ଧରି ଏଭଳି ବର୍ଷା ହୋଇଥିଲା । ଏହି ସମୟରେ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ବିଶାଳ ଆମ୍ବ ଗଛଟି ଉପାଡି ହୋଇ ପଡିଥିଲା । ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ଖବର ପାଇ ସକାଳ ୭ ଟା ସୁଦ୍ଧା ଗଛକୁ କାଟି ସଫାକରିଥିଲେ । ତେବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ କିଛି କ୍ଷୟ କ୍ଷତି ହୋଇଥିବା ସୂଚନା ମିଳିଛି । ତେବେ ଦାରିଙ୍ଗବାଡି ଅଞ୍ଚଳରେ କାଳବୈଶାଖୀ ହେବା ପୁର୍ବରୁ ଜିଲାର ଅନ୍ୟ ବ୍ଲକରେ ମଧ୍ୟ କାଳବୈଶାଖୀ ହୋଇଥିବାରୁ ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୩୩ କେଭି ବିଦ୍ୟୁତ ଅଚଳ ହୋଇପଡ଼ିଥିଲା । ପରେ ଉକ୍ତ ବ୍ଲକ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଯୋଗୁ ୧୧ କେଭି ବିଦ୍ୟୁତ ଅଚଳ ଯୋଗୁଁ ଶୁକ୍ରବାର ସଂଧ୍ୟା ୬ଟାରୁ ପ୍ରାୟ ୧୫ଘଣ୍ଟା ଧରି ବିଦ୍ୟୁତ ଯୋଗାଣ ସ୍ବାଭାବିକ ହୋଇପାରି ନ ଥିଲା l ଫଳରେ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ।