ଜନଗଣନା‌ ନେଇ ଭଞ୍ଜନଗର ମୁନସିପାଲିଟିରେ ତାଲିମ ଶିବିର ଅନୁଷ୍ଠିତ….

ଭଞ୍ଜନଗର(ନିଲୁ ବିଷୋୟୀ): ଜନଗଣନା ପାଇଁ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଜନଗଣନା ଅଧିକାରୀ ଦାୟିତ୍ବରେ ଥିବା ଭଞ୍ଜନଗର ତହସିଲଦାର ଅଭିପ୍ସା ପଟ୍ଟନାୟକଙ୍କ ପୌରୋହିତ୍ୟରେ ଦୀନବନ୍ଧୁ ବେ‌ହେରା ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଦ୍ବିତୀୟ ପର୍ଯ୍ୟାୟରେ ଗଣନାକାରୀ ଓ ସୁପରଭାଇଜରଙ୍କୁ ତାଲିମ ଦିଆଯାଇଛି । ସେହିଭଳି ପୌରପାଳିକାରେ ଜନଗଣନା ଅଧିକାରୀ ଦାୟିତ୍ବରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡାଙ୍କ ପୌରୋହିତ୍ୟରେ ଗଣନାକାରୀ ଓ ସୁପରଭାଇଜରଙ୍କୁ ମିଶାଇ ୯ ଦିନରେ ୧୦୪ ଜଣଙ୍କୁ ତାଲିମ ଦିଆଯାଉଛି । ଏଥିପାଇଁ ଏନ୍‌.ଅରୁଣ କୁମାର ଓ ଶୁଭମ ପାଢ଼ୀ ତାଲିମ ପ୍ରଦାନ କରୁଛନ୍ତି । ଜନଗଣନାରେ ସାମିଲ ହେବାକୁ ଥିବା ଗଣନାକାରୀ କିଭଳି ଘର ଗଣନା କରିବେ ‌ଏବଂ ଘରକୁ ଘର ବୁଲି ଲୋକଙ୍କ ଠାରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିବେ ସେ ସଂର୍ପକରେ ଜନଗଣନାକାରୀ ଓ ସୁପରଭାଇଜରମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଜନଗଣନା ଆସନ୍ତା ଏପ୍ରିଲ ୧ତାରିଖରୁ ଗଣନାକାରୀମାନେ ପ୍ରଥମେ ଗଣାନ କରିବା ପରେ ଏପ୍ରିଲ ୧୬ ତାରିଖରୁ ମେ ୧୫ ତାରିଖ ଯାଏଁ ଘରକୁ ଘର ଯାଇ ଗଣନା କରିବେ ବୋଲି ଜଣାପଡିଛି ।