ବ୍ରାହ୍ମଣୀଗାଁ ସେଣ୍ଟ ଯୋହନ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ, ଛାତ୍ରଛାତ୍ରୀଙ୍କ ଦ୍ବାରା ଲୁକ୍କାଇତ ପ୍ରତିଭା ପ୍ରଦର୍ଶନ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ସେଣ୍ଟ ଯୋହନ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ  ଆୟୋଜିତ ବର୍ଷିକ ଉତ୍ସବରେ ବିଦ୍ୟାଳୟର ପ୍ରିନ୍ସିପାଲ ଫା.ପବିତ୍ର ବଡ଼ସେଟ୍ ଅଧ୍ୟକ୍ଷତା କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ବ୍ରାହ୍ମଣୀଗାଁ ଥାନା ଆଇ ଆଇ ସି ବିଜୟ କୁମାର ହାଇବୂରୁ ଯୋଗ ଦେଇଥିଲେ ଏବଂ ମୂଖ୍ୟ ବକ୍ତା ଭାବେ ଭୀକାର ଜେନେରାଲ ଫା.ପ୍ରଦସ ଚନ୍ଦ୍ର ନାୟକ ଓ ସମ୍ମାନୀୟ ଅତିଥି ଭାବେ ଅତିଥି ଋଷିମାଳ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ଭାସ୍କର ଚରଣ ନାୟକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦେବରାଜ ବଳିଆର ସିଂ, ପ୍ରଭାତୀ ତାରା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରାଜ କୁମାରୀ ସ୍ୱାଲ ସିଂ, ବାଲିଗୁଡ଼ା ସେଣ୍ଟ ଯୋହନ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରିନ୍ସିପାଲ ମନୋରଞ୍ଜନ ସିଂ, ଡିନ ଫା. ମୁକୁନ୍ଦ ବଳିଆର ସିଂ, ଜନବିକାଶ ନିର୍ଦ୍ଦେଶକ ଫା.ମଦନ ସ୍ଵାଲ ସିଂ, ଉପ ଆରକ୍ଷୀ ଅଧିକାରୀ ଭୋଲାନାଥ ପଣ୍ଡା ଅନ୍ୟ ଅତିଥିମାନେ ଯୋଗ ଦେଇଥିଲେ । ପ୍ରିନ୍ସିପାଲ ଫା. ପବିତ୍ର ବଡ଼ସେଟ୍ ସମସ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ମଞ୍ଚକୁ ଆମନ୍ତ୍ରଣ କରିଥିଲେ l ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପୁଷ୍ପଗୁଛ ଓ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ପରେ ଅନୁଷ୍ଠାନ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣି ଉତ୍ସବ ଅନୁଷ୍ଠିତ ହୋଇ ଥିଲା l ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇ ଥିଲା l ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନିଜର ଲୁକ୍କାଇତ ପ୍ରତିଭା ପ୍ରଦର୍ଶନ କରିଥିଲେ । ଶିକ୍ଷୟିତ୍ରୀ ଶେଫାଳି ନାୟକ ବିଦ୍ୟାଳୟର ବିବରଣୀ ପଠନ କରିଥିବା ବେଳେ ଭାଇସ୍ ପ୍ରିନ୍ସିପାଲ ଫା.ଭଞ୍ଜକିଶୋର୍ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।