କୋଟଗଡ(ଦିପେନ୍ଦ୍ର ନାୟକ): କୋଟଗଡ ବନାଞ୍ଚଳ କାର୍ଯ୍ୟାଳୟ ଅଧୀନରେ କୋଟଗଡ ବିଭିନ୍ନ ସେକ୍ସନ ପଥପ୍ରାନ୍ତ ନାଟକ ଜରିଆରେ ବନାଗ୍ନି ନିରାକରଣ ପାଇଁ ସଚେତନତା କରାଯାଇଛି । ସେହିକ୍ରମରେ କୋଟଗଡ ବଜାର ଏବଂ ଶ୍ରୀରାମପୁର ଗ୍ରାମପଂଚାୟତରେ ନାଟକ ମାଧ୍ୟମରେ ଗଛ କାଟିବା, ଜଙ୍ଗଲରେ ନିଆଁ ଲଗାଇବା, ବନ୍ୟଜନ୍ତୁ ମାରିବା ଦ୍ଵାରା ସମାଜରେ ତାର ପ୍ରଭାବ ସମ୍ପର୍କରେ କଳାକାର ଯମରାଜ ଓ ଜ ଓ ଚିତ୍ରଗୁପ୍ତଙ୍କ ଚରିତ୍ରରେ ଅଭିନୟ କରି ଲୋକଙ୍କୁ ସଚେତନ କରିଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମ କୋଟଗଡ ବନାଞ୍ଚଳ ଅଧିକାରୀ ବାଲଗୋପାଳ ବେହେରାଙ୍କ ନେତୃତ୍ବରେ ବନପାଳ ରବିମୋହନ ବନରଖ୍ ନାୟକ, ଆକାଂକ୍ଷା ମହାପାତ୍ର, ବନ ଦୀପକ କୁମାର ପଟନାୟକ, ବିଜୟା ନନ୍ଦ ସେଠି, ପ୍ରିୟାଞ୍ଜଳୀ ପ୍ରଧାନ, ନିବେଦିତା ଦେବୀ, ଶ୍ରଦ୍ଧାଞ୍ଜଳୀ ମଲିକ ଓ ଶୁଭପ୍ରସାଦ ପ୍ରଧାନ ସମେତ ନିଆଁ ଲିଭା ବ୍ୟାଡ଼ର କର୍ମଚାରୀମାନେ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ ପାଇଁ ଆୟୋଜିତ କରିଥିଲେ ।