କୋଟଗଡ଼ରେ ବ୍ଲକ୍‌ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ…..

କୋଟଗଡ଼(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲାର କୋଟଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ପନ୍ଦର ଗୋଟି ଗ୍ରାମ ପଂଚାୟତକୁ ନେଇ ବ୍ଲକ୍ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମକୁ କୋଟଗଡ଼ ବ୍ଲକର ସମସ୍ତ ପଞ୍ଚାୟତର BDO, APO, ADO, PEO, DEO, AE, JE ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ଯୋଜନା ସମ୍ପର୍କରେ ପଞ୍ଚାୟତ କର୍ମଚାରୀମାନେ ସମସ୍ତ ବିବରଣୀ ପାଠ କରୁଥିବା ବେଳେ ଅନେକ ପଞ୍ଚାୟତର ଜନ ସାଧାରଣ କିଛି ଆସନ୍ତୁଷ ଦେଖିବାକୁ ମିଳିଥିଲା l ହେଲେ ଜନ ପ୍ରତିନିଧିମାନଙ୍କ ପକ୍ଷରୁ ଷ୍ଟିପାନ ପ୍ରଧାନ, ଜିଲ୍ଲା ପରିଷଦ ଜିରିମିୟସୁନାମାଝୀ, ପନ୍ଦର ଗୁଟି ଗ୍ରାମ ପଂଚାୟତର ସରପଞ୍ଚ ଓ ପନ୍ଦରଟି ସମିତି ସଭ୍ୟ ଏହି କାର୍ଯ୍ୟକ୍ରମ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆଗକୁ ନେଇ ଯାଇଥିଲେ l ଜନପ୍ରତିନିଧିମାନେ କୋଟଗଡ APO ଶ୍ରୀନିବାସ ପଟନାୟକ ଉପରେ ବହୁତ ଖୁସି ସାବ୍ୟସ୍ତ କରିଥିଲେ l କାରଣ ସେ ଆସିଲା ଦିନଠାରୁ କୋଟଗଡ ବ୍ଲକର ଅନେକ ପଂଚାୟତରେ ବିକାଶମୁଳକ କାର୍ଯ୍ୟ ହେଉଥିବା ଦେଖିବାକୁ ମିଳିଛି l ଚେକ ଡେମ, କେନାଲ, ଅଡିବନ୍ଧ ଏହି ସବୁ କୋଟଗଡ ବ୍ଲକର ଅନେକ ଉପାନ୍ତ ଅଂଚଳରେ ନିର୍ମାଣ ହୋଇ ପାରିଛି l ତେଣୁ କୋଟଗଡ ଅଂଚଳବାସି APO ଶ୍ରୀନିବାସ ପଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି l