ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଆଞ୍ଚଳିକ ଗବେଷଣା ଓ ପ୍ରଯୁକ୍ତିବିଦ୍ୟା ସଂପ୍ରସାରଣ କେନ୍ଦ୍ର, ଓ.ୟୁ.ଏ.ଟି, ଚିପିଲିମା, ସମ୍ବଲପୁର ଅଧୀନରେ ଥିବା ସର୍ବଭାରତୀୟ ସମନ୍ବିତ କୃଷି ଅନୁସନ୍ଧାନ ପ୍ରକଳ୍ପ ଦ୍ୱାରା ପାଇଲଟ ପ୍ରକଳ୍ପର ଫସଲ ବିବିଧି କରଣ ଯୋଜନା ନିମନ୍ତେ ଏକ ଦୁଇ ଦିନିଆ ପ୍ରସାରଣ ଅଧିକାରୀ ତାଲିମ ଶିବିର ୨୩ ଓ ୨୪/୦୩ ରିଖ ଦିନ ବରିଷ୍ଠ କ୍ଷେତ୍ର ବୈଜ୍ଞାନିକ ଡ. ସଂଯୁକ୍ତା ମହାପାତ୍ରଙ୍କ ତତ୍ତ୍ୱାବଧାନରେ କୃଷି ବିଜ୍ଞାନ କେନ୍ଦ୍ର କନ୍ଧମାଳରେ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ୍ ଅବସରରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡ଼.ନାରାୟଣ ବାର ସ୍ୱାଗତ ସମ୍ବୋଧନ ଦେଇ ଆରମ୍ଭ କରିଥିଲେ । ତାଲିମ୍ ଶିବିରରେ ୨୦ ଜଣ ପ୍ରସାରଣ ଅଧିକାରୀ ଯୋଗ ଦେଇଥିଲେ । ଆଞ୍ଚଳିକ ଗବେଷଣା ଓ ପ୍ରଯୁକ୍ତିବିଦ୍ୟା ସଂପ୍ରସାରଣ କେନ୍ଦ୍ରର ଉଦ୍ଭିଦ ରୋଗ ବିଜ୍ଞାନୀ ଡ଼.ଦୀପଙ୍କର ମଣ୍ଡଳ ଓ ଅନ୍ୟ ସବୁ ବୈଜ୍ଞାନିକମାନେ ଏହି ଯୋଜନାର ରୋଗ ଓ ପୋକ ନିୟନ୍ତ୍ରଣ, ପରିବେଶ ସନ୍ତୁଳନ, କ୍ଷତି ନିୟନ୍ତ୍ରଣ ଇତ୍ୟାଦି ପ୍ରମୁଖ ଦିଗଉପରେ ଅଧିକ ଆଲୋକପାତ କରିଥିଲେ । ଏହି ତାଲିମ୍କୁ ଯୁବ ପ୍ରଫେସନାଲ କରିସ୍ମା ପ୍ରିୟଦର୍ଶିନୀ ଆୟୋଜନ କରିବା ସହିତ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ।