ହରଗୁଡାରେ ବ୍ୟାପୁଛି ଡାଇରିଆ: ୫୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ଦୂଷିତ ପାନୀୟ ଜଳ ବ୍ୟବହାର ଯୋଗୁଁ ହୋଇଥିବା କହିଲେ ଇନଚାର୍ଜ୍ ଡ଼ା.ଯାକେସ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଅତି ଦୁର୍ଗମ କାଟିଙ୍ଗିଆ ପଞ୍ଚାୟତର ହରଗୁଡା ଗ୍ରାମର ଲୋକେ ଡାଇରିଆରେ ଆକ୍ରାନ୍ତ ଥିବା ଜଣା ପଡ଼ିଛି l ସୁଚନା ଅନୁଯାୟୀ ମିଞ୍ଜାପଙ୍କା ସ୍ଥିତ ହୋଲିକ୍ରସ ସଂଘର ସେବାଭଗ୍ନୀ ଓ ସେହି ଗ୍ରାମର ଜିତେନ୍ଦ୍ର ସଭାସୁନ୍ଦର୍ ହରଗୁଡା ଗ୍ରାମକୁ ପରିଦର୍ଶନରେ ଯାଇଥିଲେ l ସେହି ସମୟରେ ଲୋକମାନେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ଥିବା ଜାଣିବାକୁ ପାଇଥିଲେ l ସେଠାରୁ ସେମାନେ ଡ଼ାକ୍ତରୀ ଦଳକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ l ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଇଞ୍ଚାର୍ଜ୍ ଡାକ୍ତର ଯାକେଶ ସାମନ୍ତ ରାୟ ସୁଚନା ପାଇବା ପରେ ତୁରନ୍ତ ଡ଼ାକ୍ତରୀ ଦଳକୁ ପଠାଇ ଚିକିତ୍ସା କରିବାର ବ୍ୟବସ୍ଥା କରିଥିଲେ l ଉକ୍ତ ଡ଼ାକ୍ତରୀ ଦଳରେ ଡ଼ା. ଅମ୍ବିକା ଶତପଥୀ, ସି ଏଚ୍ ଓ ରଜେଶ୍ୱରି ସାଗର, ଫର୍ମାଶିଷ୍ଟ ହେମନ୍ତ ମାଝୀ, ଏଏନଏମ୍ ଆଶା ନାୟକ, ଆଟେଣ୍ଡଡାଣ୍ଟ ଚୈତନ୍ୟ କୁଡେଇ ପ୍ରମୁଖ ସାମିଲ ହୋଇଥିଲେ । ତେବେ ଦୂଷିତ ପାନୀୟ ଜଳ ବ୍ୟବହାର ଯୋଗୁଁ ଏହି ସମସ୍ୟା ଉପୁଜି ଥିବାରୁ ଗ୍ରାମବାସୀଙ୍କୁ କିଭଳି ଚୁଆ ଓ ଖୋଲା କୂଅର ପାଣିକୁ ବ୍ୟବହାର କରିବେ ସେ ନେଇ ଡ଼ାକ୍ତରୀ ଦଳ ପରାମର୍ଶ ଦେଇଥିବା ବେଳେ ୪୧ ଜଣଙ୍କୁ ଚିକିତ୍ସା କରଯାଇଥିବା ନେଇ ଡ଼ା.ସାମନ୍ତ ରାୟ ସୂଚନା ଦେଇଛନ୍ତି ।