ଓଡ଼ିଶା ଲେଖିକା ସାହିତ୍ୟ ସଂସଦ ପକ୍ଷରୁ ମନୀଷା ଦେବୀ ପାତ୍ରଙ୍କୁ ସୁରେଖା ସ୍ମୃତି ସମ୍ମାନ ପ୍ରଦାନ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଆୟୋଜିତ ଓଡ଼ିଶା ଲେଖିକା ସାହିତ୍ୟ ସଂସଦର ତେତିଶ ତମ ବାର୍ଷିକ ଉତ୍ସବ ଓ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଡଃ ବୈଷ୍ଣବ ଚରଣ ସାମଲ କଟକ, ମୁଖ୍ୟ ବକ୍ତା ଶ୍ରୀ ଦେବ ପ୍ରସାଦ ଦାଶ ସ୍ଵତନ୍ତ୍ର ଶାସନ ସଚିବ ଆଇନ, ଭାଷା ଓ ସଂସ୍କୃତି ବିଭାଗ, ସମ୍ମାନିତ ଅତିଥି ଡଃ ଚନ୍ଦ୍ର ଶେଖର ହୋତା ସଚିବ ଓଡ଼ିଶା ସାହିତ୍ୟ ଏକାଡେମୀ, ସମାନ୍ନିତ ବକ୍ତା ପ୍ରଫେସର ଡଃ ସୋମା ଚାନ୍ଦ, ଲେଖିକା ସାହିତ୍ୟ ସଂସଦର ସଭାନେତ୍ରୀ  ଡଃ ଶକୁନ୍ତଳା ବଳିୟାରସିଂହ, ଯୁଗ୍ମ ସଂପାଦିକା ଶ୍ରୀମତୀ କାନନ ବାଳା ପଟ୍ଟନାୟକ, ସଙ୍ଗଠନ ସଂପାଦିକା ଡଃ ସୁଚେତା ରାଉତ, ସାଧାରଣ ସଂପାଦିକା ଶ୍ରୀମତୀ କମଳ କୁମାରୀ ଦାଶ ଯୋଗଦେଇ ନାରୀ ଲେଖନୀର ସ୍ୱର ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସାରା ଓଡ଼ିଶାରୁ ୨୮ ଜଣ ନାରୀ ଲେଖିକାମାନଙ୍କୁ ବିଭିନ୍ନ ସମାନ୍ନରେ ସମ୍ମାନିତ କରାଯାଇଥିଲା । ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ଗ୍ରାମର ଜିଲ୍ଲା ପରିଷଦ ସଭ୍ୟା ରେଣୁକା ପାତ୍ରଙ୍କ ଝିଅ ରାଜ୍ୟ ସ୍ତରରେ ସମ୍ମାନିତ ହୋଇ ଆଦିବାସୀ ଅଧୁଷିତ ଗୁମ୍ମା ବ୍ଲକର ଗୌରବ ଅର୍ଜନ କରିଛନ୍ତି । ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ବିଭାଗ ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ରୀ ସୁଶ୍ରୀ ମନୀଷା ଦେବୀ ପାତ୍ରଙ୍କୁ ସୁରେଖା ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା ।