ବ୍ରାହ୍ମଣୀଗାଁ କାଥଲିକ ଚର୍ଚ୍ଚର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ କାଥଲିକ ଗ୍ରାମ୍ୟ ଉନ୍ନୟନ କମିଟିର ନୂତନ କର୍ମକର୍ତ୍ତାଙ୍କ ରବିବାର ଦିନ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଚର୍ଚ୍ଚର ମୂଖ୍ୟ ଯାଜକ ବିମଳ ଚନ୍ଦ୍ର ନାୟକଙ୍କ ନିର୍ଦ୍ଧେଶରେ ଗ୍ରାମବାସୀମାନେ ନୂତନ କର୍ମକର୍ତ୍ତାଙ୍କୁ ଚୟନ କରିଥିଲେ l ମୋଟ ୧୮ଜଣ ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ ହୋଇ ଥିବା ବେଳେ ସଭାପତି ଭାବେ ରମାକାନ୍ତ ବଳିଆର ସିଂ, ଉପ-ସଭାପତି କାହୁଁ ଚରଣ ସିଂ, ସମ୍ପାଦକ ପ୍ରଶାନ୍ତ ନାୟକଙ୍କ ସହ ସମ୍ପାଦକ ସୁବାଷ ବଳିଆର ସିଂ, କୋଷାଧ୍ୟକ୍ଷ ଭାବେ ଥମାସ ବଳିଆର ସିଂ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଅନ୍ୟମାନେ ସାଧାରଣ ସଭ୍ୟ ଭାବେ ମଣ୍ଡଳୀ ସମ୍ମୁଖରେ ଶପଥ ପାଠ କରି ଦାୟିତ୍ୱ ଗ୍ରହଣ କରିଥିବା ବେଳେ ପୁର୍ବ କମିଟିର ସଭାପତି ବିକ୍ରମ ବାସ୍ତିରାୟ, କୋଷାଧ୍ୟକ୍ଷ ରବିନ୍ଦ୍ର ବେହେରା ସମସ୍ତ ନଥିପତ୍ର ମଣ୍ଡଳୀ ସମ୍ମୁଖରେ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ମୂଖ୍ୟ ଯାଜକ ବିମଳ ଚନ୍ଦ୍ର ନାୟକ, ହୋଲିକ୍ରସ ସଙ୍ଘର ସେବାଭାଗ୍ନି ଗଣ ଓ ମଣ୍ଡଳୀ ବାସୀ ସେମାନଙ୍କ ପାଇଁ ପ୍ରାର୍ଥନା କରିବା ସହ ଫୁଲତୋଡ଼ା ଓ ଉପଢ଼ୌକନ ଦେଇ ନୂତନ କମିଟିକୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିଲା । ମଣ୍ଡଳୀର ସାମାଜିକ ସୁରକ୍ଷା ଓ ଧାର୍ମିକ କାର୍ଯ୍ୟରେ ନିରପେକ୍ଷ, ସ୍ୱଚ୍ଛ ଓ ନିଷ୍ଠାପର ଭାବେ ମଣ୍ଡଳୀର ସେବା କରିବା ସହ ଉଚିତ୍ ନ୍ୟାୟ ପ୍ରଦାନ ଦିଗରେ କାର୍ଯ୍ୟ କରିବେ ବୋଲି ସଭାପତି ଶ୍ରୀ ରମାକାନ୍ତ ବଳିଆର ସିଂ କହିଛନ୍ତି ।