ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ…..

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ସ୍ଥିତ ଋଷୀମାଳ ସ୍ନାତକ ମହାବିଦ୍ୟାଳୟରେ ମାର୍ଚ୍ଚ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଆତ୍ମ ରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୦୨୫-୨୬  ଆୟୋଜିତ ହୋଇଯାଇଥିଲା । ସେଥିରେ ମହାବିଦ୍ୟାଳୟର   ଛାତ୍ରୀମାନେ ଭାଗ ନେଇ ନିଜ ସୁରକ୍ଷା ନିଜେ କେମିତି କରିପାରିବେ ସେଥିପାଇଁ ଆତ୍ମ ସୁରକ୍ଷା ତାଲିମ ଗ୍ରହଣ କରିଥିଲେ l ଟ୍ରେନର  ଭାବେ ସୁରଭି ଶବର ତାଲିମ ପ୍ରଦାନ  କରିଥିଲେ । ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ଭାସ୍କର ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରାହ୍ମଣୀଗାଁ ଥାନା ଉପ ଆରକ୍ଷୀ ଅଧିକାରୀ  ଭୋଳାନାଥ ପଣ୍ଡା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ  ମହାବିଦ୍ୟାଳୟର ପୂର୍ବତନ ସଭାପତି ଶ୍ରୀ ରାମଚନ୍ଦ୍ର ପାତ୍ର  ଯୋଗ ଦେଇଥିଲେ । ଇତିହାସ ଅଧ୍ୟାପକ ଅକ୍ଷୟ ବେହର୍ଦଳାଇ ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ  ପରିଚାଳନାରେ ଅଧ୍ୟାପକ ସୁଜ୍ଞାନ ସାହୁଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ । ତାଲିମରେ ଅଂଶ ଗ୍ରହଣ କରିଥିବା ଛାତ୍ରୀ ମାନଙ୍କୁ ଅତିଥି ଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରାଯାଇ ଥିଲା ।