ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିକୁ ସବୁଜ ସୁନ୍ଦର କରିବା ପାଇଁ ପଲିଥିନ ମୁକ୍ତ ଅଭିଯାନ।
ଦାରିଙ୍ଗବାଡ଼ି ତା ; ୨୧/୩(ଆଶୋକ ସିଂ) ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି କେବଳ ଓଡ଼ିଶା ର ନୁହେଁ ବରଂ ଏହା ସାରା ଭାରତ ର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ଦାରିଙ୍ଗବାଡି ଅଞ୍ଚଳ ପ୍ରକୃତି ର ଶୋଭାରାଜି କୁ ଉପଭୋଗ କରିବାକୁ ସାରା ଭାରତ ରୁ ଏବଂ କିଛି ବିଦେଶୀ ପର୍ଯ୍ୟଟକ ମାନେ ମଧ୍ୟ ଆସିବା ର ନଜିର୍ ରହିଛି । ଏଠିକାର ପ୍ରାକୃତିକ ପରିବେଶ ପର୍ଯ୍ୟଟକ ଙ୍କୁ ବେଶ ଆକୃଷ୍ଟ କରିଥାଏ। ଏହି ପର୍ଯ୍ୟଟନ ସ୍ଥଳୀ କୁ ପ୍ଲାଷ୍ଟିକ ମୁକ୍ତ କରି ସ୍ୱଚ୍ଛ , ସବୁଜ ସୁନ୍ଦର ରଖିବା ପାଇଁ ଏକ ଜନ ଆନ୍ଦୋଳନ ଜାଗ୍ରତ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଇଛି । ଶନିବାର ଦିନ କନ୍ଧମାଳ ଜିଲ୍ଲାପାଳ ଓ ବାଲିଗୁଡ଼ା ଉପ-ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଦାରିଙ୍ଗବାଡ଼ି ବିଡ଼ିଓ ପ୍ରୀତି ରଞ୍ଜନ ରଥ ଙ୍କ ଆହ୍ଵାନ କ୍ରମେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ତହସିଲଦାର ଧୀରଜ କୁମାର ପାତ୍ର, ବ୍ଲକ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲିଙ୍କ ସମେତ ସ୍ଥାନୀୟ ସ୍ବେଛାସେବୀ ସଂଗଠନ ପ୍ରେମ-ଏଡୁକ ,ଜାଗୃତି,ବଣିକ ସଙ୍ଘ, ହୋଟେଲ ସଂଘ, ବରିଷ୍ଠ ନାଗରିକ ସଂଘ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ବ୍ଲକ ଓ ତହସିଲ କର୍ମଚାରୀ,ଆଇ ଟି ଆଇ କଲେଜ ଛାତ୍ରଛାତ୍ରୀ ଙ୍କ ମିଳିତ ସହଯୋଗରେ ହାତରେ ଫ୍ଲାଗ କାର୍ଡ ଓ ପତ୍ର ରେ ତିଆରି ଖଲି, ଡହ ଧରି ଦାରିଙ୍ଗବାଡ଼ି କୁ ପଲିଥିନ ମୁକ୍ତ କରିବା , ପଲିଥିନ ବ୍ୟବହାର ନକରିବା ଓ ପତ୍ର ଖଲି କୁ ବ୍ୟବହାର କରିବା ଭଳି ନାରାବାଜି ଦେଇ ସହର ପରିକ୍ରମା କରିବା ସହ ଲୋକଙ୍କୁ ସଚେତନ କରିଥିଲେ। ଦାରିଙ୍ଗବାଡ଼ିକୁ ପଲିଥିନ ମୁକ୍ତ କରିବା ପାଇଁ ଲୋକଙ୍କ ମାନସିକତାରେ ଓ ବ୍ୟବହାରରେ ପରିବର୍ତ୍ତନ ଆଣି ଆଗାମୀ ତିନିମାସ ମଧ୍ୟରେ ଦାରିଙ୍ଗବାଡି କୁ ପଲିଥିନ ମୁକ୍ତ ପାଇଁ ପ୍ରୟାସ କରିବା ନେଇ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରୀତି ରଞ୍ଜନ ରଥ କହିଥିଲେ।