ପରଲୋକରେ ବ୍ରାହ୍ମଣୀଗାଁର ପୁର୍ବତନ ବରିଷ୍ଟ ବିଜେଡ଼ି କର୍ମୀ ସତ୍ୟବାଦୀ ସାହୁ…

ଦାରିଙ୍ଗବାଡ଼ି(ଆଶୋକ ସିଂ): ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁର ପୁର୍ବତନ ବରିଷ୍ଟ ବିଜେଡ଼ି ନେତା ତଥା ଧର୍ମ ପରାୟଣ ସତ୍ୟବାଦୀ ସାହୁଙ୍କ ଆଜି ସକାଳ ପ୍ରାୟ ୯ଘଣ୍ଟିକା ସମୟରେ ମୋହନା ଡାକ୍ତର ଖାନାରେ ୬୨ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ଖବର ହସ୍ତଗତ ହୋଇଛି । ମୃତ୍ୟୁ ସମୟରେ ବଡ଼ପୁଅ କୁନା, ସାନ ପୁଅ ଇପୁନୁ ଓ ସ୍ତ୍ରୀ ଉପସ୍ଥିତ ଥିବା ସୂଚନା ରହିଛି । ସତ୍ୟବାଦୀ ସାହୁ ଦୀର୍ଘ ବର୍ଷ ଧରି ବିଜେଡିର ସକ୍ରିୟ ନେତା ଭାଵେ କାମକରିବା ସହିତ ଅଞ୍ଚଳ ବିଭିନ୍ନ ଉନ୍ନତି ମୂଳକ କାମ ଓ ଧାର୍ମିକ କାର୍ଯ୍ୟରେ ସକ୍ରିୟ ଅଂଶ ଗ୍ରହଣ କରି ନେତୃତ୍ଵ ନେଇ ଆସୁ ଥିଲେ । ତାଙ୍କର ଅକାଳ ମୃତ୍ୟୁରେ ବ୍ଲକ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ନିଜସ୍ୱ ଗ୍ରାମ ଗଞ୍ଜାମ ଜିଲ୍ଲାର ପଦନାପୁର l ହେଲେ ଦୀର୍ଘ ବର୍ଷ ହେବ ବ୍ରାହ୍ମଣୀଗାଁର ସ୍ଥାୟୀ ବାସିନ୍ଦା ଅଟନ୍ତି । ସପରିବାରର ଆତ୍ମୀୟ ସୋଜନ ବନ୍ଧୁ ବର୍ଗ ଓ ଅଞ୍ଚଳରେ ଶତାଧିକ ଲୋକଙ୍କ ଗହଣରେ ବ୍ରାହ୍ମଣୀଗାଁରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି l