ପରିତ୍ୟକ୍ତ ଗୁହାଳ ଘରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ନାବାଳିକା ଉଦ୍ଧାର…

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଏକ ପରିତ୍ୟକ୍ତ ଗୁହାଳ ଘରୁ ହlତ ଗୋଡ଼ ବନ୍ଧା ଅବସ୍ଥାରେ ଜଣେ ନାବାଳିକାକୁ ଉଦ୍ଧାର କଲା ପୁଲିସ । ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଗୌଡ଼ ସାହିରେ ଏପରି ଘଟଣା ଘଟିଛି । ସୂଚନା ପ୍ରକାରେ ଗତ କାଲି ଜଣେ ନାବାଳିକା ଛାତ୍ରୀ ନିଜ ଚପଲ ଆଣିବା ପାଁଇ ବିଦ୍ୟାଳୟକୁ ଯାଇଥିଲେ l ତେବେ ସେଠାରେ ଲୁଚି ରହିଥିବା ଜଣେ ବୃଦ୍ଧ ନାବାଳିକାକୁ କୌଶଳ କ୍ରମେ ସେଠାରୁ ଉଠାଇଆଣି ରଶିରେ ଏକ ଗୁହାଳଘରେ ହାତଗୋଡ଼ ବାନ୍ଧି ରଖିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ପ୍ରକାରେ ଉକ୍ତ ଗୁହାଳ ଘରକୁ ଗୁହାଳ ମାଲିକ ଯିବାବେଳେ ନାବାଳିକା ହାତଗୋଡ଼ ବନ୍ଧା ହୋଇଥିବା ଦେଖି ପ୍ରଥମେ ଡରି ଯାଇଥିଲେ l  ପରେ ନାବାଳିକା ହାତ ଗୋଡ଼ରୁ ରଶି ଖୋଲିବା ସହିତ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ । ଏହି ଘଟଣାରେ ନାବାଳିକାର ବାପା ରା.ଉଦୟଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରୁଛି l ଏହି ଘଟଣାରେ ଜଣେ ବୃଦ୍ଧଙ୍କୁ ଅଟକ ରଖି ତଦନ୍ତ କରୁଛି ପୁଲିସ l