ରାୟଗଡ଼ରେ ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ କୁଶପୁତ୍ତଳିକା ଦାହ….

ରାୟଗଡ଼(ଟିକି ଲିମା): ସରିଲା ଲୋକ ସଭା ନିର୍ବାଚନ । ଦଳର ନିଷ୍ପତିକୁ ଅବମାନନା କରି ବିସ୍ବାଶଘାତ ଓ ବେଇମାନି କରି କ୍ରସ ଭୋଟିଙ୍ଗ କଲେ ଅନେକ ବିଧାୟକ । ଜିତାଇଲେ ଅନ୍ୟ ଦଳର ସମର୍ଥିତ ପାର୍ଥିଙ୍କୁ ।  ଦଳର ନିଷ୍ପତିକୁ ବେଇମାନ କରିଥିବାରୁ କୁଶ କୁଶପୁତ୍ତଳିକା ଦାହ କଲେ କର୍ମୀ । ଗଜପତି ଜିଲ୍ଲା ରାୟଗଡ଼ ସଦର ମହକୁମା ଜାତୀୟ ରାଜପଥ 326କ ଠାରେ କଂଗ୍ରେସ ଜିଲ୍ଲା ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ କୁଶ କୁଶପୁତ୍ତଳିକା ଦାହ କଲେ ସ୍ଥାନୀୟ ବ୍ଲକ କଂଗ୍ରେସ ପ୍ରେମି । ଦଳ ବିରୋଧୀ କାର୍ଯ୍ୟ କରି ରାଜ୍ୟସଭାରେ କ୍ରସ ଭୋଟିଙ୍ଗ କରିଥିବା ବିଧାୟକ ଦାଶରଥି ଗମାଙ୍ଗଙ୍କ ବିରୁଦ୍ଧରେ ବିଭିନ୍ନ ନାରା ବାଜି ଦେବା ସହିତ ୩୨୬କ ଜାତୀୟ ରାଜପଥରେ ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ମୋହନା ବିଧାୟକଙ୍କ ପାଇଁ ନିଜ ହାତରୁ ପଇସା ଖର୍ଚ୍ଚ କରି ଜିତେଇ ଥିଲୁ ଶେଷରେ ସେ ଆମୋକୁ ଓ ଦଳକୁ ବିରୋଧୀ କରିଥିବା ଘଟଣାକୁ ଆମେ ବିଶ୍ୱାସ କରିପାରୁ ନାହୁଁ । ଆଜି ଠାରୁ ଆମ ପାଇଁ ମୋହନା ବିଧାୟକ ଦାଶରଥି ଗମାଙ୍ଗ ମରିଯାଇଛି ଏବଂ ରାୟଗଡ଼ ବସ ଷ୍ଟାଣ୍ଡ ନିକଟରେ ତାଙ୍କର କ୍ରୀୟା କର୍ମ କରିବୁ କହି କର୍ମୀ ଓ ପ୍ରେମୀ ମାନେ ପ୍ରକାଶ କରିଛନ୍ତି । ଆଗାମୀ ନର୍ବାଚନରେ କଂଗ୍ରେସ ଦଳକୁ ସୁଦୃଢ କରି ପୁନର୍ବାର କଂଗ୍ରେସ ବିଜୟ ହାସଲ କରିବ ଯଦି ଦମ ଅଛିତ ଦାଶରଥି ଗମାଙ୍ଗ ବିଜେପି ଟିକଟରେ ଆଗାମୀ ଏମଏଲଏ ଇଲେକ୍ସନରେ ଠିଆ ହୁଅନ୍ତୁ l ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ଭୋଟର ଉଚିତ ଜବାବ ଦେବେ ଏବଂ ସେଇଥିପାଇଁ ଆଜି ସହ ସହ କଂଗ୍ରେସ କର୍ମୀ ଓ ପ୍ରେମୀ ଏକାଠି ହୋଇଅଛୁ ବୋଲି ରାୟଗଡର କଂଗ୍ରେସ ପ୍ରେମୀ ମାତ ପ୍ରକାଶ କରିଛନ୍ତି ।