ବ୍ରାହ୍ମଣୀଗାଁରେ ଭିମୋଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ: ପଞ୍ଜୀକୃତ ୨୫୦, ନାମଞ୍ଜୁର ୬୫…

ଦାରିଙ୍ଗବାଡି(ଆଶୋକ ସିଂ): ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ  ପକ୍ଷରୁ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଭୀମୋଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବିଡ଼ିଓ ପ୍ରିତିରଞ୍ଜନ ରଥଙ୍କ ତତ୍ତ୍ଵାବଧାନରେ ଦାରିଙ୍ଗବାଡି ପଞ୍ଚାୟତ ସମିତି ପକ୍ଷରୁ ଆୟୋଜିତ ଏହି ଶିବିରରେ ସମିତି ଅଧ୍ୟକ୍ଷ ଶୁଶାନ୍ତ ପ୍ରଧାନ, ସିଡିପିଓ ସନ୍ଧ୍ୟାରଣି ପଣ୍ଡା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମମିତା କୁମାରୀ ପ୍ରଧାନ, ଜିଲ୍ଲା ଭିନ୍ନକ୍ଷମ ଥଇଥାନ ଅଧିକାରୀ ଅକ୍ଷୟ କୁମାର ପଣ୍ଡା, ଏପି ଓ କେଦାର ଚନ୍ଦ୍ର ପଣ୍ଡା ଉପସ୍ଥିତରହି କାର୍ଯ୍ୟକ୍ରମର ତଦାରଖ କରିଥିଲେ । ଏହି ଶିବିରରେ ୮ ଗୋଟି ପଞ୍ଚାୟତ ଅଞ୍ଚଳରୁ ବିଭିନ୍ନ ବିଭାଗରେ ମୋଟ ୨୫୦ ଜଣ ଭିନ୍ନକ୍ଷମମାନଙ୍କର ପଞ୍ଜି କରଣ କରାଯାଇ ଥିବା ବେଳେ ୧୮୫ ଜଣ ପ୍ରକୃତ ଭିନ୍ନକ୍ଷମଙ୍କୁ ଚିହ୍ନଟ କରି ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନର ବ୍ୟବସ୍ଥା କରାଯାଇ ଥିବା ବେଳେ ୬୫ ଜଣ ଆବେଦନ କରୀଙ୍କ ଦରଖାସ୍ତ ବିଭିନ୍ନ କାରଣରୁ ଖାରଜ କରାଯାଇ ଥିବା ସୁଚନା ମିଳିଛି । ପଞ୍ଜୀକୃତ ଆବେଦନ କାରୀଙ୍କ ମଧ୍ୟରେ ବାକ ଶକ୍ତି ଓ ଶ୍ରବଣ ଶକ୍ତି ବାଧିତ ବିଭାଗରେ ୩୩ ଜଣ, ଅସ୍ଥିଶଲ୍ୟ ବିଭାଗରେ ୯୮ ଜଣ, ମସ୍ତିସ୍କ ଆଘାତ ଓ ବୌଦ୍ଧିକ ବିଭାଗରେ ୨୭ଜଣ, ଅସାମର୍ଥ୍ୟ ଓ ରକ୍ତ ଶିକୁଳି ବିଭାଗରେ ୧୫ ଜଣ, ଦୃଷ୍ଟି ବାଧିତ ବିଭାଗରେ ୧୨ ଜଣଙ୍କ ନାମ ପଞ୍ଜିକୃତ ହୋଇଥିଲା । ଅନେକ ଭିନ୍ନକ୍ଷମ ବ୍ୟକ୍ତି ଅଛନ୍ତି ଯେଉଁମାନେ ସଂପୂର୍ଣ୍ଣ ଅକ୍ଷମ ଅଟନ୍ତି ଏବଂ ୩ହଜାର ଭତ୍ତା ପାଇବାକୁ ଯୋଗ୍ୟ କିନ୍ତୁ ସେଥିରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ପ୍ରମାଣ ପତ୍ର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରାଯାଇଛି । ଡ଼ାକ୍ତରୀ ଦଳରେ ଜିଲ୍ଲା ଚିକିତ୍ସାଳୟରୁ ଡ଼ାକ୍ତରୀ ଦଳରେ ସର୍ଜରୀ ଡାକ୍ତର ନିମାଇ ଚରଣ ବିଶି, ଚକ୍ଷୁ ବିଶଷଜ୍ଞ ଦେବଜିତ୍ ଦାସ, ମେଡ଼ିସିନ ସ୍ପେଶିଆଲିଷ୍ଟ ଦିଲ୍ଲୀପ କୁମାର ମେହେର, ଶ୍ରବଣ ବାଧିତ ଡାକ୍ତର ସନ୍ଦୀପ କୁମାର ପ୍ରଧାନ, ରକ୍ତ ଶିକୁଳି ବିଭାଗ ଡାକ୍ତର ଜୟଦିପ କୁମାର୍ ଘୋଷ ପ୍ରମୁଖ ଉପସ୍ଥିତ ରହି ସ୍ଵାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାମକୃଷ୍ଣ ବେହେରା, କନିଷ୍ଟ ସହାୟକ ଖିତିଶ ପ୍ରିୟଦର୍ଶୀ ସାହୁ, ବ୍ଲକ ସମ୍ପ୍ରସାରଣ ମଙ୍ଗଳ ଅଧିକାରୀ ବିଶ୍ୱଜିତ ଜାଲି, ବିଆରଟି ମାନସ ଷଡ଼ଙ୍ଗୀ ଓ ରଶ୍ମିତା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିବା ବେଳେ ବିଭିନ୍ନ ପଞ୍ଚାୟତର ପିଇଓ, ଏଡିଇଓ, ଅଙ୍ଗନୱାଡ଼ି କର୍ମୀ,  ସରପଞ୍ଚ ,ସମିତି ସଭ୍ୟ, ୱାର୍ଡ ସଭ୍ୟ ଓ ସ୍ବେଚ୍ଛାସେବୀ କର୍ମୀମାନେ ପରିଚାଳନାରେ ସହଯୋଗ କରିଥିଲେ ।