ସିମନବାଡି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିକୁ ଓଡ଼ିଶା କାଶ୍ମୀର କୁହାଯାଉଥିବା ଭୂସ୍ବର୍ଗରେ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା । ପ୍ରବଳ ବର୍ଷା ଓ କୁଆପଥର ପଡ଼ିବାରୁ ଅନେକ ଆଜବେଷ୍ଟସ ଛପର ଘର ଆଂଶିକ ଭାବେ ଭାଙ୍ଗି ନଷ୍ଟ ହୋଇଥିବା ଜଣାପଡିଛି । ଏପର୍ଯ୍ୟନ୍ତ କାହାର ଅତ୍ୟଧିକ ମାତ୍ରାରେ ନଷ୍ଟ ହୋଇଥିବା ଜଣା ପଡ଼ିନାହିଁ । ମଙ୍ଗଳବାର ଅପରାହ୍ନରେ ହଠାତ କିଛି ମାତ୍ରାରେ ପବନ ବହିବା ସହିତ ପ୍ରବଳ ବର୍ଷା ଓ କୁଆପଥର ପଡ଼ିଥିଲା । ଏତେ କୁଆପଥର ବୃଷ୍ଟି ହୋଇଥିଲା ଯେ ବେଶ୍ କିଛି ସମୟ ପର୍ଯ୍ୟନ୍ତ ପୂରା ଅଞ୍ଚଳ କାଶ୍ମୀରର ଭ୍ରମ ସୃଷ୍ଟି କରିଥିଲା l କନ୍ଧମାଳ ଜିଲ୍ଲାରେ ଏହି କିଛି ଦିନ ପୂର୍ବରୁ ଘୁ.ଉଦୟଗିରି ଠାରେ ମଧ୍ୟ ଏହି ଭଳି କୁଆ ପଥର ବର୍ଷୀଥିଲା । ଏହା ହେଉଛି ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ କୁଆପଥର ବର୍ଷା । କାଳବୈଶାଖୀ ଝଡ଼ରେ ପ୍ରଥମ କୁଆପଥର ବର୍ଷା ହୋଇ ରାସ୍ତା ସହ ଚାରିଆଡ ଭର୍ତ୍ତି ହୋଇଯାଇଥିଲା । କାଳବୈଶାଖୀ ସମୟରେ କମ ମାତ୍ରାରେ ପବନ ହୋଇଥିଲା । ପ୍ରବଳ ବର୍ଷା ସହିତ କୁଆପଥର ପଡ଼ିଥିଲା ।