ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ସରକାରଙ୍କ ପ୍ରଧାନମନ୍ତ୍ରୀ ବୀମା ଯୋଜନା ପକ୍ଷରୁ ନୋମିନି ସିପ୍ରୀୟାନ ବଳିୟାରସିଂଙ୍କୁ ୨ ଲକ୍ଷ ରାଶି ପ୍ରଦାନ କରାଯାଇଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ଅଞ୍ଚଳର ଶାନ୍ତିଲତା ବଳିୟାରସିଂ ଗତ ତା ୧୭/୦୬/୨୦୨୫ ରିଖ ଦିନ ଚୁଆଁକୁ ଗାଧେଇଯିବା ସମୟରେ ତାଙ୍କ ଗଡ଼ ଖସି ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ସପରିବାର ବର୍ଗ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ସମୟରେ ତାଙ୍କର ଅକାଳରେ ବିୟୋଗ ଘଟିଥିଲା । ସୂଚନା ମୁତାବକ ଶାନ୍ତିଲତା ବଳିୟାରସିଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ବର୍ଷକୁ ଆର୍ଥିକ ୨୦ ଟଙ୍କା (ପଲିସୀ ନମ୍ବର-240600422399999901) ବିନିଯୋଗ କରୁଥିଲେ । ଶାନ୍ତିଲତାଙ୍କ ବିୟୋଗ ପରେ ଉକ୍ତ ବୀମା ଯୋଜନାରେ ସମ୍ପୃକ୍ତ ନମିନି – ସିପ୍ରୀୟାନ ବଳିୟାରସିଂ ଗତ ତା ୧୯/୧୨/୨୦୨୫ ରିଖ ଦିନ ବୀମା ଦାବି କରିଥିଲେ । ଏଣୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ପକ୍ଷରୁ ଏହି ୩ ମାସ ମଧ୍ୟରେ ଗଦାପୁର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ସର୍ବ ମୋଟ – ୨୦୦୦୦୦ (ଦୁଇ ଲକ୍ଷ) ଟଙ୍କା ଦିଆଯାଇଥିଲା । ଆଜି ଗଦାପୁର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ର ଶାଖା ପରିଚାଳକ କେଦାର ନାଥ ସାହୁ ଉକ୍ତ ନମିନି ସିପ୍ରିୟାନ ବଳିୟାରସିଂଙ୍କୁ ୨୦୦୦୦୦ (ଦୁଇ ଲକ୍ଷ ) ଟଙ୍କା ଚେକ ପ୍ରଦାନ କରିଥିଲେ । ସରକାରଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା ନେବା ପାଇଁ ସମସ୍ତ ଅଞ୍ଚଳ ବାସୀଙ୍କୁ ଅନୁରୋଧ କରିଛନ୍ତି ବ୍ୟାଙ୍କ କର୍ମଚାରୀ । ଏହି ରାଶି ପ୍ରଦାନ ପରେ ସିପ୍ରୀୟାନ ବଳିୟାରସିଂ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ।