ଏକତା ସମହିତା ପ୍ରକଳ୍ପ ଦ୍ୱାରା ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ….

ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ କାର୍ଯ୍ୟଳୟ ପରିସରରେ ଏକତା ସମହିତା ପ୍ରକଳ୍ପ ଦ୍ୱାରା ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ରାୟଗଡ଼ ଓଏଲ୍ଏମ ବିପିଏମ୍ ପ୍ରଫୁଲ୍ଲ କୁମାର ନାଗବଂଶ ଆଇସିଡିଏସ୍ ସୁପରଭାଇଜର ମାର୍ଲବା ସୁଶୀଳା ଭୂୟାଁ, ରାୟଗଡ଼ ମିଶନ ଶକ୍ତି ବିପିଏ ସଞ୍ଜୟ ଶବର ଯୋଗ ଦେଇ ଥିଲେ । ସମହିତାରେ କର୍ଯ୍ୟକରୁଥିବା ୬ଟି ପଞ୍ଚାୟତରୁ ପ୍ରାୟ ୬୦ ଜଣ ମହିଳା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜାତିସଂଘ ବାର୍ତ୍ତା ସମସ୍ତ ମହିଳା ଓ ବାଳିକା ନିମନ୍ତେ ଅଧିକାର ନ୍ୟାୟ ଓ ପଦକ୍ଷେପ ୬ଗୋଟି ପଞ୍ଚାୟତର ଆଦର୍ଶ ମହିଳାମାନଙ୍କୁ ସମ୍ମାନୀତ କରିବା ସହ କିଛି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ କରିବା । ଏହି କାର୍ଯ୍ୟକ୍ରମକୁ ଭେଙ୍କେଟେଶ ସେନାପତି, ତେଜସ୍ପିନି ଦେବୀ ଏବଂ ସମହିତ ଟିମ ଦ୍ୱାରା ଏହି ଆୟୋଜିତ କରାଯାଇଥିଲା ।