ଦାରିଙ୍ଗବାଡି(ଆଶୋକ ସିଂ): ଦାରିଙ୍ଗବାଡି କଲେଜ ପଡିଆ ଠାରେ ମିଶନ ଶକ୍ତିର ମିଳିତ କାର୍ଯ୍ୟକାରିଣୀ ଓ କମ୍ୟୁନିଟି ସପୋର୍ଟ ଷ୍ଟାଫ ସଂଘ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ଏସଆଇ ବାସନ୍ତୀ ବେହେରା, ଅତିଥି ଭାବେ ଅଙ୍ଗନବାଡ଼ି ସୁପରଭାଇଜର ଶକୁନ୍ତଳା ନାୟକ, ନାରୀନେତ୍ରୀ ବିଳାସିନୀ ନାୟକ,ଏସଆଇ ଶେଖ ଇମଦାଦ, କାଶ୍ମୀରା ବ୍ଲକ ମହାସଂଘର ସଭାନେତ୍ରୀ ରଶ୍ମିଦେବୀ ନାୟକ, ସମ୍ପାଦିକା ଶିଶୁମତି ପ୍ରଧାନ, ଏମବିକେ ସୁସମା ପ୍ରଧାନ, ଓଏଲଏମ ବିପିଏମ ପିଣ୍ଟୁ ନାୟକ, ମିଶନ ଶକ୍ତି ବିପିସି ପ୍ରଦୀପ ସ୍ୱାଇଁ, ବିଏଲସି ସାନୁଜ ପ୍ରଧାନ ପ୍ରମୁଖ ଉପସ୍ଥିତି ଥିଲେ । ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ମହିଳାଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ସହ ସିଲ ପ୍ରଦାନ କରାଯାଇଥିଲା । ଏଥି ସହିତ ୨୫ ଗୋଟି ପଞ୍ଚାୟତର ମହାସଂଘର ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ପ୍ରଥମ ଥର ପାଇଁ ମିଳିତ କାର୍ଯ୍ୟକାରିଣୀ ଓ କମ୍ୟୁନିଟି ସପୋର୍ଟ ଷ୍ଟାଫ ସଂଘ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି । ସେହିପରି ସବୁଜ ବୈଦ୍ୟ ସଂଗଠନ ପକ୍ଷରୁ ମଧ୍ୟ ସାରିଙ୍ଗରିପି ଠାରେ ସଂଗଠନର ସମ୍ପାଦକ ଦୀନବନ୍ଧୁ ମହାରଣାଙ୍କ ନେତୃତ୍ୱ କ୍ରମେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଥିଲା ।