ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ପାଇଁ ଶପଥ ପାଠ….

ଦାରିଙ୍ଗବାଡି(ଅଶୋକ ସିଂ): ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦୦ଦିନିଆ ଅଭିଯାନ ଚାଲିଥିବା ବେଳେ  ଏହି କାର୍ଯ୍ୟକ୍ରମଟି କନ୍ଧମାଳ ଜିଲ୍ଳା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାର ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂଯୁକ୍ତା ମଲ୍ଲିକ ଯୋଗ ଦେଇଥିଲେ । ଅନ୍ୟତମ ଅତିଥିଙ୍କ ମଧ୍ୟରେ ଜାତୀୟ ମାନବାଧିକାର ଜିଲ୍ଲା ସଂଯୋଜକ ବିକ୍ରମା ଦିତ୍ୟ ବସ୍ତିରାୟ, ମାରିଆନ୍ ଉଠାଣ ସିଂ ଯୋଗ ଦେଇ ଥିବା ବେଳେ  ଫୁଲବଣୀ ସଖୀ (ୱାନ ଷ୍ଟପ ସେଣ୍ଟର୍)ର ମୁଖ୍ୟ ପରିଚଳିକା ଅପର୍ଣ୍ଣା ବେହେରା, ଆଇନ ପରାମର୍ଶ ଦାତ୍ରି ନନ୍ଦିତା କୁମାରୀ, ଲିଙ୍ଗ ଭିତ୍ତିକ ବିଶେଷଜ୍ଞ ସୁନୀତା ପ୍ରଧାନ, ଆଶିଷ ମଲ୍ଲିକ ପ୍ରମୁଖ ଯୋଗ ଦେଇ ମହିଳା, କିଶୋରୀ ବାଳିକା ନାବାଳିକାଙ୍କ  ଦୈନନ୍ଦିନ ଜୀବନରେ ଘଟୁ ଥିବା ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିବା ସହ ସଖୀ (ୱାନ ଷ୍ଟପ ସେଣ୍ଟର) ପକ୍ଷରୁ କଣ ସବୁ ସହାୟତା ପ୍ରଦାନ କରାଯାଉଛି ସେ ବିଷୟରେ ସଚେତନା କରିଥିଲେ । ବିଶେଷ କରି ନିର୍ଯ୍ୟାତିତ ମହିଳା ଏବଂ ବାଳିକା (୧୮ ବର୍ଷ ରୁ କମ) ମାନଙ୍କ ସମନ୍ଵିତ ସୁବିଧା ଓ ସହଯୋଗ ଦିଗରେ ପୁଲିସ ସହାୟତା, ଡ଼ାକ୍ତରୀ ସହାୟତା, ଆଇନଗତ ସହାୟତା ସାମାଜିକ ପରାମର୍ଶ, ନିରାପଦ ଆଶ୍ରୟ ଅନ୍ୟାନ୍ୟ ସମସ୍ତ ସହାୟତା ଯୋଗାଇ ଦେବା ସମ୍ପର୍କରେ ମହିଳାମାନଙ୍କୁ ସଚେତନ କରାଇବା ସହ ବଳାତ୍କାର, ପାରିବାରିକ ହିଂସା, ଅପହରଣ ବା ନିଖୋଜ, ଏସିଡ ଆକ୍ରମଣ, ଯୌନ ଉତ୍ପୀଡନ, ମହିଳା ଚାଲାଣ, ବାଲ୍ୟ ବିବାହ, ସାଇବର କ୍ରାଇମ୍, ଶିଶୁ ଯୌନ ଉତ୍ପୀଡନ ଅବା ଶୋଷଣ, ଯୌତୁକ ନିର୍ଯାତନା ଓ ମୃତ୍ୟୁ, ଅନ୍ୟାନ୍ୟ ସମସ୍ତ ହିଂସାର ଶିକାର ହେଉଥିବା ପୀଡ଼ିତ ପରିବାର ସଖୀ (ୱାନ ଷ୍ଟପ ସେଣ୍ଟର୍)ର ସହାୟତାରେ କିପରି ମୁକାବିଲା କରିପାରିବେ ସେ ବିଷୟରେ ପରାମର୍ଶ ଦେଇଥିଲେ । ସ୍ବେଚ୍ଛାସେବୀ ତଥା ଟ୍ରାନସଜେଣ୍ଡର ମହିଳା ନମିତା ପରିଡ଼ାଙ୍କ ନେତୃତ୍ୱରେ ଆଠଗୋଟି ପଞ୍ଚାୟତର ମହିଳା ନେତ୍ରୀମାନେ ଯୋଗ ଦେଇଥିଲେ ଏବଂ ନାବାଳିକା ମୁକ୍ତ ଭାରତ ଗଠନ ପାଇଁ ଶପଥ ଗ୍ରହଣ କରିଥିଲେ ।