ଅନୁସନ୍ଧାନ ଭାରତ(ବ୍ୟୁର): ଶୁକ୍ରବାର ସନ୍ଧ୍ୟା ୬ ଟା ସମୟରେ ଥାନା ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିକାଶ ଏବଂ ସରକାରଙ୍କ ଲୋକାଭିମୁଖୀ ପଦକ୍ଷେପ ଉପରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଅଭିଭାଷଣ ପ୍ରଦାନ କରିଥିଲେ । ତାପରେ ଭାରତ ସରକାରଙ୍କ ଗୃହ ମନ୍ତ୍ରୀ ଅମିତ୍ ଶାହା ଅଭିଭାଷଣ ପ୍ରଦାନ କରିବା ସହିତ ଓଡ଼ିଶାରେ ନୂତନ ଭାବେ ନିର୍ମାଣ ହୋଇଥିବା ୧୯ ଟି ଥାନାର ଶୁଭ ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲାର ଖଜୁରୀପଡ଼ା ବଜାର ଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ଥାନାକୁ ଭର୍ଚୁଆଲ ମୋଡରେ ଶୁଭ ଉଦ୍ଘାଟନ କରିଛନ୍ତି ମାନ୍ୟବର ଗୃହ ମନ୍ତ୍ରୀ।ଥାନା ଅଧିକାରୀ ଚାପ ଧାରୀ ପ୍ରଧାନଙ୍କ ଦ୍ଵାରା ଥାନା ଉଦଘାଟନ ସମାରୋହ କାର୍ଯ୍ୟକ୍ରମ ଆୟାଜନ କରାଯାଇଥିଲା । ନୂତନ ଥାନାରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ସାଇବର କ୍ରାଇମ୍ ରୋକିବା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଥିବା ଅଭିଭାଷଣରେ କୁହା ଯାଇଛି । ଏହି କାର୍ଯ୍ୟକ୍ରମରେ ଏସ.ପି ହରିଶ୍ ବିଶି, ଏସଡିପୀଓ ସୁଭ୍ରାଜିତ ବିଶ୍ଵାଳ, ତହସିଲଦାର ଶୁଭଶ୍ରୀ ରଥ, ଅତିରିକ୍ତ ତହସିଲଦାର ବ୍ରହ୍ମା ନନ୍ଦ ଥାଟି, ବିଧାୟକ ପ୍ରତିନିଧି ଅନନ୍ତ ଦିଗାଲ, ମେଡିକାଲ ପ୍ରତିନିଧି ରାଇ କିଶୋର ପ୍ରଧାନଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ସାମାଜିକ କର୍ମୀ ଏବଂ ବହୁ ବୁଦ୍ଧିଜୀବୀ ଓ ପୁଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।