ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କାଟିଙ୍ଗିଆ ପଞ୍ଚାୟତର ମିଞ୍ଜାପଙ୍କା ସ୍ଥିତ କ୍ଲାଉଡିନ ସୋସିଆଲ ୱର୍କ କେନ୍ଦ୍ର ଠାରେ ଅଞ୍ଚଳର ମହିଳାମାନଙ୍କୁ ନେଇ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଫା.ଚିତ୍ତରଞ୍ଜନ ସେନାପତି ଯୋଗ ଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ଫା.ଇସିଡୋର ବିମଳ ଯୋଗ ଦେଇ ନାରୀମାନଙ୍କ ଅଧିକାର ସେମାନଙ୍କ ଶିକ୍ଷା ଓ ଶକ୍ତି, ବାଲ୍ୟ ବିବାହ ନିରାକାର ଆଦି ବିଭିନ୍ନ ବିଷୟରେ ଆଲୋଚନା କରାଯାଇ ଥିଲା । ଏହି ଅବସରରେ ସେବା ଭଗ୍ନୀ ସିଶିଲି ଓ ବିମଳାଙ୍କ ନେତୃତ୍ୱରେ ଅଞ୍ଚଳର ମହିଳାମାନେ ସ୍ଥାନୀୟ ହାଇସ୍କୁଲ ନିକଟରେ ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସଚେତନା ମୂଳକ ନାରାବାଜି ଦେଇ କ୍ଲାଉଡିନ ସୋସିଆଲ କେନ୍ଦ୍ର ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ଆୟୋଜିତ ଏକ ବୈଠକରେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ନାରୀ ସଚେତନା ଉପରେ ଶିକ୍ଷା ପ୍ରଦାନ କରାଯାଇ ଥିଲା । ଆୟୋଜିତ ବୈଠକରେ ଅଞ୍ଚଳର ପ୍ରାୟ ଦଶଗୋଟି ଗ୍ରାମର ସ୍ଵୟଂ ସହାୟିକା ଗୋଷ୍ଠୀ ଯୋଗ ଦେଇଥିବା ବେଳେ କ୍ଲାଉଡିନ ସୋସିଆଲ ୱର୍କର କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।