ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ଝଡର ଇଗଲ ବିଜୟା ନନ୍ଦ ପଟ୍ଟନାୟକ ତଥା ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ଘୁ.ଉଦୟଗିରି ଏନଏସି ଓ ବ୍ଲକ ବିଜୁ ଜନତା ଦଳ ତରଫରୁ ଆଜି ସ୍ଥାନୀୟ ବଡ଼ସାହି ୱାର୍ଡ ନମ୍ବର -୭ ସ୍ଥିତ ପରିଚୟ ଗୃହ ଠାରେ ମହାଆଡମ୍ବରରେ ଦଳୀୟ କର୍ମକର୍ତ୍ତାଙ୍କ ଦ୍ୱାରା ପାଳିତ ହୋଇଯାଇଛି I ସର୍ବପ୍ରଥମେ ବିଜୁ ବାବୁଙ୍କ ତୈଳ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଦଳୀୟ କର୍ମକର୍ତ୍ତା I ଏହି ଅବସରରେ ନୂତନ ଭାବେ ବିଜେଡି ପଦାଧିକାରୀ କାରୀ ଜିଲ୍ଲା ଉପ-ସଭାପତି ପି.ସଞ୍ଜୀବ କୁମାର ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସମୀର କୁମାର ପାଢ଼ୀ, ଜିଲ୍ଲା ସମ୍ପାଦକ ଗୋପାଳ କୃଷ୍ଣ ମହାପାତ୍ର, ଘୁ.ଉଦୟଗିରି ବ୍ଲକ ସଭାପତି ଲିଙ୍ଗରାଜ କଁହର, ନଗର ସଭାପତି ଅନିଲ କୁମାର ଦଳବେହେରାଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା I ତତ୍ପରେ ବିଜୁ ବାବୁଙ୍କ ଐତିହାସିକ ଦୁଃ ସାହସିକ ସଂଗ୍ରାମ କାହାଣୀ ବିଷୟରେ ଉପସ୍ଥିତ କର୍ମ କର୍ତ୍ତା ସଂକ୍ଷେପରେ ଭାଷଣ ଦେଇଥିଲେ I ଆଗାମୀ ସାଧାରଣ ପଞ୍ଚାୟତ ଏବଂ ଏନଏସି ନିର୍ବାଚନରେ ମିଳିତ ଭାବେ ନିର୍ବାଚନ ଲଢ଼ିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା I ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି କର୍ମୀ କାଳୁଚରଣ ପଣ୍ଡା, ଜାଲିନା ପ୍ରିୟଦର୍ଶିନୀ, କୃତାଞ୍ଜଳୀ ନାୟକ, ଏନଏସି ଉପାଧ୍ୟକ୍ଷ ସନ୍ତୋଷ ବାଘ, ସିଦ୍ଧେଶ୍ୱରୀ ନାୟକ, ମୋନାଲିଶା ଦଳବେହେରା, ନନ୍ଦିତା ପ୍ରଧାନ, ଲିପିକା ପ୍ରଧାନ, ଦୀପକ ନାୟକ, ବ୍ରହ୍ମାନନ୍ଦ ସାହୁ, ତ୍ରିଶୀଳା ପ୍ରଧାନ, ମହମ୍ମଦ ଆଲମାସ, ସୁବାଷ ଶତପଥି, ପିଲୁ ନାୟକଙ୍କ ସମେତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ I ଶେଷରେ ନଗର ସଭାପତି ଅନିଲ କୁମାର ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ I