କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିସରରେ ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ…..

ଭଞ୍ଜନଗର(ନିଲୁ ବିଷୋୟୀ):  ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିସରରେ ବୁଧବାର ଛାତ୍ରୀମାନଙ୍କୁ ନେଇ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ଏହା ଆସନ୍ତା ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପ୍ରତ୍ୟେକ ଦିନ ଛାତ୍ରୀମାନଙ୍କୁ ବିଭିନ୍ନ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦିଆଯିବ । ଛାତ୍ରୀମାନେ ନିଜକୁ ଆକସ୍ମିକ ଆକ୍ରମଣରୁ କିଭଳି ରକ୍ଷା କରିପାରିବେ ଏହି ଶିବିରର ମୁଖ୍ୟ ଲକ୍ଷ୍ୟ ରହିଥିବା ଅତିଥିମାନେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଛାତ୍ରୀମାନେ ଶାରୀରିକ ଓ ମାନସିକ ଉଭୟ ସ୍ତରରେ ଦୃଢ଼ ହେବା ଆବଶ୍ୟକତା ରହିଛି । ତାହାହେଲେ ଯାଇ ଛାତ୍ରୀମାନେ ପ୍ରତିଟି ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିପାରିବେ ବୋଲି ସେମାନେ କହିଥିଲେ । କଲେଜ ଅଧ୍ୟକ୍ଷ କୁମୁନ୍ଦ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା.ନିବେଦିତା ମହାପାତ୍ର ଯୋଗଦେଇ ଶିବିରକୁ ଶୁଭାରମ୍ଭ କରିବା ସହ ନିଜର ଆତ୍ମବିଶ୍ବାସ ବଢାଇବାକୁ ଛାତ୍ରୀମାନଙ୍କୁ ଆହ୍ବନ ଦେଇଥିଲେ । ପ୍ରଶାସନିକ ଅଧିକାରୀ ବିଭାସ ଦାସ, ଆକାଉଣ୍ଟ ବର୍ଶର ପ୍ରାଧ୍ୟାପକ ସନାତନ ବେହେରା, ଛାତ୍ରୀ ଆତ୍ମରକ୍ଷା ସହ ଯୋଜନା ଅଧିକାରୀ ପ୍ରାଧ୍ୟାପକ ବିଜୟ ମଲ୍ଲିକ ପ୍ରମୁଖ ଅତିଥିଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ଛାତ୍ରୀ ଆତ୍ମରକ୍ଷା ଯୋଜନା ଅଧିକାରୀ ପ୍ରାଧ୍ୟାପିକା ସ୍ମରଣିକା ପାଢ଼ୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ କହିଥିଲେ । ମାଷ୍ଟର ଟ୍ରେନର ଭାବେ ସ୍ମୃତିମୟୀ ପାତ୍ର ଯୋଗ ଦେଇଥିବା ‌ବେଳେ ଅଧ୍ୟାପକ ସୁନାମ ପାତ୍ର, ଜ୍ୟୋତ୍ସାରାଣୀ ଦାସ, ଦାମୋଦର ରଥ, ଦୁର୍ଗାମାଧବ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।