ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ୠଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଦାରିଙ୍ଗବାଡି ଡ଼.ବି ଆର୍ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ଦିନ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି । ଏହି ଦୁଇଟି ବିଦ୍ୟାଳୟରେ ମୋଟ ୮୫୩ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ସେଥି ମଧ୍ୟରୁ ୮୧୨ ଜଣ ଏମ୍ ଆଇ ଏଲ ଓଡ଼ିଆ ପରୀକ୍ଷା ଦେଇଥିବା ବେଳେ ୧୧ଜଣ ବିକଳ୍ପ ଇଂରାଜୀ ଭାଷାରେ ପରୀକ୍ଷା ଦେବାକୁ ରହିଛି । ତେବେ ବ୍ରାହ୍ମଣୀଗାଁ ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦେବରାଜ ବଳିଆର ସିଂଙ୍କ ତତ୍ତ୍ଵାବଧାନରେ ପରୀକ୍ଷା କେନ୍ଦ୍ର ପରିଚାଳିତ ହୋଇ ଥିବା ବେଳେ ହବ ସେଣ୍ଟରରୁ ଅଧ୍ୟାପକ ଲିମାଇ ଚରଣ ପଣ୍ଡା ଉପସ୍ଥିତ ରହି ତଦାରଖ କରିଥିଲେ l ଯୁକ୍ତଦୁଇ କଳା ଓ ବାଣିଜ୍ୟର ରେଗୁଲାର ଓ ଏକ୍ସ ରେଗୁଲାରର ୫୪୯ ଜଣ ପରୀକ୍ଷାରେ ଯୋଗ ଦେଇ ଥିବା ବେଳେ ପ୍ରମିଳା ଦେବୀ ଘରୋଇ ଉଚ୍ଚ ବିଦ୍ୟାଳୟର ୨୦୫ଜଣ ପରୀକ୍ଷାର୍ଥୀ ଯୋଗ ଦେଇଥିଲେ l ଏହି କେନ୍ଦ୍ରରେ ମୋଟ ୨୩ ଜଣ ଅନୁପସ୍ଥିତ ଥିବା ଜଣା ପଡ଼ିଛି । ଡ଼.ବି ଆର ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ପରୀକ୍ଷା କେନ୍ଦ୍ର ପରିଚାଳିତ ହୋଇ ଥିବା ବେଳେ ଏହି କେନ୍ଦ୍ରରେ ୨୭୦ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭ ଜଣ ଅନୁପସ୍ଥିତ ଥିବା ଜଣା ପଡ଼ିଛି ।