ବାବା ଶ୍ରୀ ମୁକ୍ତେଶ୍ଵରଙ୍କ ମନ୍ଦିର ଓ ହନୁମାନ ବିଗ୍ରହ ପ୍ରତିଷ୍ଠା, ବ୍ରାହ୍ମଣୀଗାଁ ଉତ୍ସବ ମୁଖର….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ସ୍ଥିତ ବାବା ଶ୍ରୀ ମୁକ୍ତେଶ୍ଵରଙ୍କ ଶିବ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି । ୫ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ଦ୍ବିତୀୟ ଦିବସରେ କଳସ ଯାତ୍ରା ଓ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଝିଞ୍ଜୀରିଗୁଡା ନିକଟ ମୁଣ୍ଡାମା  ନଦୀରେ ପୂଜା ଅର୍ଚ୍ଚନା କରି ଶ୍ରଦ୍ଧାଳୁମାନେ ପୂର୍ଣ୍ଣ କଳସ ପଦଯାତ୍ରାରେ ବାହାରି ବହୁ ଆଡ଼ମ୍ବର ସହକାରେ ପ୍ରାୟ ୫କିମି କଳସ ପୂର୍ଣ୍ଣ ପଦଯାତ୍ରା  କରି ନଗର ପରିକ୍ରମା କରି ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ l ସେଠାରେ ପୁରୋହିତମାନଙ୍କ ଦ୍ଵାରା ନାମଯଜ୍ଞ ଆରମ୍ଭ, ମଣ୍ଡଳ ଦେବତା ପୁଜା, ହୋମ, ବନଯୋଗ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଗଜପତି ରାୟଗଡ଼ା ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ ଅଞ୍ଚଳ ରୁ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇ ଥିବା ଦେଖିବାକୁ ମିଳିଛି l ଏହି କଳସ ଯାତ୍ରାରେ ବ୍ରାହ୍ମଣୀଗାଁର ଆବାଳ ବୃଦ୍ଧ ବନିତାଙ୍କ ସମେତ ଚନ୍ଦ୍ରପୁର ,ସରାମୂଳି ,ଗଦାପୁର , ହାତୀମୁଣ୍ଡା, କାଟିଙ୍ଗିଆ, ସଲିମା ଗୋଛା, ପାଣିଗଣ୍ଡା ଆଦି ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିବା ବେଳେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରାସାଦ ସେବନର ସୁବ୍ୟବସ୍ଥା କରାଯାଇ ଥିବା ଜଣା ପଡ଼ିଛି । ହରେ କୃଷ୍ଣ ହରେ ରାମ ଜପରେ ଗଗନ ମଣ୍ଡଳ ପ୍ରକମ୍ପିତ ହୋଇଥିବା ବେଳେ ବ୍ରାହ୍ମଣୀଗାଁ ଉତ୍ସବ ମୁଖର ହୋଇ ଉଠିଛି ।