ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବାଦୀଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇ ଛାତ୍ର ଲେକାଶ ଶବର ଓ ରୁହିତ ରଇତ ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟକୁ ପରୀକ୍ଷା ଦେବା ପାଇଁ ବାଇକରେ ଆସିବା ସମୟରେ ଦୁର୍ଘଟଣା ଘଟିଛି l ଏହି ଦୁର୍ଘଟଣାରେ ଦୁଇ ଛାତ୍ର ମଧ୍ୟରେ ଜଣକର ହାତ ଭାଙ୍ଗି ଥିବା ବେଳେ ଆଉ ଜଣଙ୍କ ମୁହଁରେ ଗଭୀର ଆଘାତ ଲାଗିଛି | ଗୁରୁତର ଆହତ ଦୁଇ ଛାତ୍ରଙ୍କୁ ଆଖ ପାଖରେ ଥିବା ଗ୍ରାମର ଲୋକମାନେ ବାଇକରୁ ପଡ଼ିଥିବା ଦେଖି ତୁରନ୍ତ ଆମ୍ବୁଲାନ୍ସ ମାଧ୍ୟମରେ ଗୁମ୍ମା ଚିକିତ୍ସାଳୟକୁ ପଠାଇଲେ l ବର୍ତ୍ତମାନ ଦୁଇ ଛାତ୍ରଙ୍କ ପରୀକ୍ଷାକ ଏବଂ ତାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ l