ନୂତନ ଶିକ୍ଷାନୀତି ୨୦୨୫ ” ପ୍ରବୋଧନ ” ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଦାରିଙ୍ଗବାଡି(ଆଶୋକ ସିଂ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଧେଶ କ୍ରମେ ଓଡ଼ିଶା ପାଠ୍ୟକ୍ରମ ରୂପରେଖ ୨୦୨୫ ପ୍ରାଥମିକ  ଶିକ୍ଷାର “ପ୍ରବୋଧନ ” ତାଲିମ ଅନୁଷ୍ଠିତ  ହୋଇଯାଇଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତତ୍ତ୍ଵାବଧାନରେ ବ୍ରାହ୍ମଣୀଗାଁ ଅଞ୍ଚଳର ୮ଗୋଟି କ୍ଲଷ୍ଟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଝିଞ୍ଜୀରିଗୁଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ପର୍ଯ୍ୟାୟ କ୍ରମେ ତାଲିମ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି l ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ତାଲିମ ପ୍ରଦାନ କରାଯାଇ ଥିବା ସୁଚନା ମିଳିଛି । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ୨୦୨୦ ଜାତୀୟ ଶିକ୍ଷା ନୀତିର ଅନୁମୋଦନ କ୍ରମେ ସମସ୍ତ ପାଠ୍ୟ ପୁସ୍ତକକୁ ପରିବର୍ତ୍ତନ କରି ନୂତନ ଶିକ୍ଷା ପଦ୍ଧତ୍ତି ୨୦୨୫କୁ ଆଗାମୀ ଶିକ୍ଷା ବର୍ଷରୁ ଲାଗୁ କରିବାକୁ ଯାଉଛନ୍ତି । ଏନେଇ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପୂର୍ବ ପ୍ରସ୍ତୁତି କରିବା ପାଇଁ ୫ ଦିନିଆ ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଇ ପର୍ଯ୍ୟାୟ କ୍ରମେ ତାଲିମ ପ୍ରଦାନ କରାଯାଉଛି ।  ଏହି ଶିକ୍ଷା ନୀତିରେ ବିଶେଷ କରି ପଞ୍ଚକଷିୟ ବିକାଶ, ପଞ୍ଚପଦି ସୋପାନ, ପ୍ରାଚୀନ ଭାରତୀୟ ସଂସ୍କୃତି ଓ ପରମ୍ପରା, ସାମାଜିକ ମୂଲ୍ୟବୋଧ, ଦକ୍ଷତା ଆଧାରିତ ଓ ଅଭିଜ୍ଞତା ଆଧାରିତ ଶିକ୍ଷଣ କାର୍ଯ୍ୟ ଉପରେ ପର୍ଯ୍ୟବେଶିତ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ କ୍ରମରେ ନୂତନ ଭାବେ କଳା ଶିକ୍ଷା, କ୍ରୀଡ଼ା ଶିକ୍ଷା, ବୃତ୍ତିଗତ ଶିକ୍ଷା ଏବଂ ଯୋଗ ପ୍ରାଣାୟାମକୁ ମୁଖ୍ୟ ସହ ଶିକ୍ଷା ଭାବେ ସ୍ଥାନିତ କରାଯାଇଅଛି । ଏହି ତାଲିମ ପ୍ରଦାନ କରିବା ପାଇଁ ରିଶୋର୍ଶ ପର୍ସନ ଭାବେ ବ୍ରାହ୍ମଣୀଗାଁ ସିଆର ସି ସି ମଧୁ ରଞ୍ଜନ ବଳିଆର ସିଂ, କୁମ୍ଭାରୀ ଗାଁ ସିଆର୍ ସି ସି ଦଣ୍ଡପାଣି ରଥ, ତାଜୁଙ୍ଗିଆ ସି ଆର୍ ସି ସି ରବୀନ୍ଦ୍ର ନାଥ ନାୟକ, କସପଙ୍କା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସାଲମନ ମଲ୍ଲିକ ପ୍ରମୁଖ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ ।