ଦାରିଙ୍ଗବାଡିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ…..

-ସାମୂହିକ ୯୩ , ବ୍ୟକ୍ତିଗତ ୭୩ଟି ଅଭିଯୋଗର ହେଲା  ଶୁଣାଣୀ

csp

ବ୍ରାହ୍ମଣୀଗାଁରେ ନେଟୱର୍କ ଓ ପାନୀୟ ଜଳ ଯୋଗାଣ ନିମନ୍ତେ ଅଭିଯୋଗର ଶୁଣାଣୀ

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମୋଟ ୧୭୦ ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ଭାବେ ୭୩ ଓ ସାମୁହିକ ଭାବେ ୯୭ଟି ଅଭିଯୋଗ ଶୁଣିଛନ୍ତି ଜିଲ୍ଲାପାଳ ବେଦଭୂଷଣ । ଖରା ଦିନ ପୂର୍ବରୁ ଅନେକ ପଞ୍ଚାୟତ ଅଞ୍ଚଳରେ ପାନୀୟ ଜଳର ସମସ୍ୟା ଦେଖା ଦେଇଥିବା ବେଳେ ମୋବାଇଲ ନେଟ୍‌ଓ୍ବର୍କ ସମସ୍ୟା ଜରୁରୀ ହୋଇ ପଡ଼ିଛି, ରାସ୍ତା ସଂଯୋଗୀକରଣ କାର୍ଯ୍ୟ, ଏକାଧିକ ରୋଗୀଙ୍କ ଚିକିତ୍ସା ପାଇଁ ନିବେଦନ ସହ ଭତ୍ତା, ଆବାସ ଯୋଜନା ଭଳି ସମସ୍ୟାକୁ ନେଇ ଅଭିଯୋଗ ହୋଇଛି । ଏହି ଅବସରରେ ବ୍ରାହ୍ମଣୀଗାଁ ପଞ୍ଚାୟତରେ ଦୀର୍ଘ ଦିନ ହେଲା ବିଏସଏନଏଲ ମୋବାଇଲ ନେଟ୍‌ଓ୍ବର୍କର ସମସ୍ୟା ଲାଗି ରହି ଥିବା ବେଳେ ବେଳେ ଏହାର କୌଣସି ବିକଳ୍ପ ନାହିଁ l ଏଣୁ ପୁଣି ଥରେ ଅଭିଯୋଗ କରାଯାଇ ଥିବା ନେଇ ଶରତ ବଳିଆର ସିଂ କହିଛନ୍ତି । ଦୁର୍ଗମ ଅଞ୍ଚଳର ରାସ୍ତା, ନେଟୱର୍କ ସଂଯୋଗିକରଣ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱାରୋପ କରି ସେ ସବୁ ଲୋକଙ୍କ ପାଖରେ ଯୋଗାଇ ଦେବାକୁ ଜିଲ୍ଲାପାଳ ବାରମ୍ବାର ପ୍ରତିଶ୍ରୁତି ଦେଉ ଥିଲେ ସୁଦ୍ଧା ତାହା କାର୍ଯ୍ୟକାରି ହୋଇ ପାରୁ ନ ଥିବାରୁ ଅଞ୍ଚଳ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଣୁ ଲୋକଙ୍କ ସମସ୍ୟା କେବେ ସମାଧାନ ହେବ ସେହି ସମୟକୁ ଅପେକ୍ଷା କରିଛନ୍ତି ଅଞ୍ଚଳ ବାସୀ । ଏହି ଅଭିଯୋଗ ଶୁଣାଣିବେଳେ କନ୍ଧମାଳ ସିଡିଓ ଶମ୍ବୁନାଥ ନନ୍ଦୀ, ବାଲିଗୁଡ଼ା ଏସଡିପିଓ ଶୁଭମ୍‌ ଭୋସଲେ, ବାଲିଗୁଡ଼ା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର, ଅତିରିକ୍ତ ତହସିଲଦାର ଦୁଃଶାସନ ସ୍ବାଇଁଙ୍କ ସମେତ ଜିଲାର ବିଭିନ୍ନ ବିଭାଗର ଅଧିକାରୀ, ବନ ଅଧିକାରୀ ଓ କର୍ମଚାରୀ, ଅବକାରୀ, ପୁଲିସ, କୃଷି, ଜଳ ଯୋଗାଣ, ଶିଶୁ ଓ ମହିଳା ବିକାଶ ଯୋଜନା ଆଦି ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।